STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମିଛ ସଂସାର

ମିଛ ସଂସାର

1 min
27


ମୋ ଘର ମୋ ଅଗଣା

ମୋ ବାରି ଦୁଆର

ମୋ ଜମିବାଡି ମୋ ଗହଣା

ମୋ ପହଣା ଗଡ଼ିଆ 

ମୋ ବ୍ୟାଙ୍କ ଜମା ସମ୍ଭାର

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୧।


ମୋ ସ୍ତ୍ରୀ ମୋ ଛୁଆ ପିଲା

ମୋ ବାପା ବୋଉ ପରିବାର

ମୋ ବଂଶ କୁଟୁମ୍ବ ମୋ ସାଂଗସାଥି

ମୋ ସ୍ନେହ ପ୍ରେମ ପରିସର

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୨।


ମୋ ଗାଁ ମୋ ଜାତିଭାଇ

ମୋ ପିଲା ଦିନର ସଂଗାତ ସାହି

ମୋ ଚାକିରି ମୋ ସାଲାରୀ

ମାସ ଶେଷକୁ ଚାତକ ଚାହିଁଛି

ତେଲ ଲୁଣର ଦୁନିଆ ଦରବାରୀ

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୩।


ମୋ ସମ୍ମାନ ମୋ ସ୍ଵାଭିମାନ

ଲୁଟୁଥାଏ କ୍ଷଣ କ୍ଷଣକେ ଆନ

ମୋ ପୁରୁଷପଣିଆ ମୋ ଦେଶପ୍ରେମ

ସବୁ ପାଣିଚିଆ ଅଢେଇ ଦିନିଆ

କେତେ ଟଙ୍କାର ଇଙ୍ଗିତରେ

ସବୁ ସଳା ଅଣଗୁରିଆ ନିକମହାରାମ

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୪।


ମୋ ଶରୀର ମୋ ଦେହ 

ମୋ ଇଚ୍ଛାଅନିଚ୍ଛା ଅବରୋହ

ମୋ ରାଗ ମୋ ସ୍ନେହ

ସ୍ଵାକ୍ଷର ମାରୁଥାଏ ମସ୍ତକ ମୁଁହ

ସବୁ ଜାଣି ବି ଅଜଣା ସ୍ଵର

ପଞ୍ଚଭୂତରେ ଲୀନ ହେବ ଏ ମାଟି ଶରୀର

ମୋ ନିଜର ମୋ ଅତି ଆପଣାର

ସବୁ ଛାଡ଼ି ପଳେଇବେ କରି ସାତ ପର

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୫।


ମୋ ନାଟକ ମୋ ରଙ୍ଗମଞ୍ଚ

ସରିଲେ ସରିବ ହାଟ ବାହୁଡା

ଦୁଇ ଚାରିଦିନ କାନ୍ଦିବେ ପ୍ରୀୟଜନ

ଭୁଲିଯିବେ କେଇ ମାସ ପରେ 

ଲୁହ କୋହ ମୋହ ଅମଡ଼ା ଅଲୋଡ଼ା

ହାତ ଗଣତିରେ ଝିଅ ଭଉଣୀ ମାନେ

ଆସିଲେ ଘରକୁ କୁହ ଝରେଇବେ

କାନ୍ଧଣା ଲହରୀ ଶୁଭୁଥିବ ଗାଁ ପାରି ଖସଡ଼ା

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର ।୬।


ମୋ କର୍ମ ମୋ ଶ୍ରାଦ୍ଧ ବାର୍ଷିକୀରେ

 ଲୋକ ଦେଖାଣିଆ ବହୁ ଆଡ଼ମ୍ବର

ଦେଖେଇବେ ଶ୍ରଦ୍ଧା ଭକ୍ତି ଉପଚାର

ଫଟୋଚିତ୍ରରେ ଗେଣ୍ଡୁ ଫୁଲହାର

 ଧୂପ ଦୀପ ଟୋପି ଚନ୍ଦନ

ସ୍ମରଣ ବନ୍ଦନ ଭଜନ

ଚାରି ଗାଁ ଲୋକେ ଭୋରି ଭୋଜନ 

ସକାଳୁ ହିସାବ କରୁଥିବେ ଆତ୍ମଜ ମାନେ

ବହୁତ ଖର୍ଚ୍ଚ ହେଇଗଲା

ତୋ ଭାଗରେ ଏତିକି ପଡିଲା 

ଶୁଣ ସୁଜନେ

ମୋତେ ଲାଗେ

ମୋହ ମାୟାରେ ବାୟା ମିଛ ସଂସାର । ୭।


Rate this content
Log in

Similar oriya poem from Tragedy