STORYMIRROR

Tapaswini DashSarangi

Tragedy Inspirational

3  

Tapaswini DashSarangi

Tragedy Inspirational

ମିଛ ସବୁ କିଛି ତୁମେ ସତ୍ୟ ହେ..

ମିଛ ସବୁ କିଛି ତୁମେ ସତ୍ୟ ହେ..

1 min
212

ମାଗିବିନି କିଛି ଆହେ ମହାବାହୁ

ମାଗିକି ମାଗନ୍ତା ହେବି ନାହିଁ ହେ..

ନ' ମାଗି କିଛି ମୁଁ ସବୁ ଦେଇଅଛ

ଅଷ୍ଟ ଐଶ୍ଚର୍ଯ୍ୟୈ ମନ ନାହିଁ ହେ...।


ଧନ ଜନ ଯେତେ ଅଧିକା ହୋଇବ

ଲୋଭ ମୋହ ସବୁ ବଢି ଯିବ ହେ..

ଯେତେ ସବୁ ଥିବ ତୁମେ ତ ନ'ଥିଲେ

ଅସାର ଏ ଜନ୍ମ ହୋଇ ଯିବ ହେ...।


ସମର୍ପିତ ଯେତେ ହେଉଥାଏ ମନ

ମାୟାର ପ୍ରଭାବ ଭିଡୁ ଅଛି ହେ..

ମାୟା ଦୂର କର ଆହେ ମାୟାଧର

ତୁମ ପାଦେ ଲୀନ ହୋଇଯାଏ ହେ...।


ମନେ ପାପ ପଙ୍କେ ପୂଣ୍ୟର ପଦୁଅଁ

ଯଦି ପ୍ରସ୍ଫୁଟିତ ହେଇଯିବ ହେ..

ସବୁ ବନ୍ଧନ ମୋ ଫିଟିବ ଠାକୁରେ

ତୁମ ମୋର ଭେଟ ହୋଇଯିବ ହେ...।


ଯେତେ ଦିନ ଥିବି ଏ ଭବ ସାଗରେ

କଳ୍ମଷ ପାଶଙ୍ଗ ଭାରି ହେବ ହେ..

ଏ ପାଶଙ୍ଗ ଭାର ସହି ହେବ ନାହିଁ

ତୁମେ କି ଏ କଥା ଜାଣି ନାହଁ ହେ...।


ମିଛ ଏ ଜୀବନ ମିଛ ଯୌବନ

ମିଛ ସବୁ କିଛି ତୁମେ ସତ୍ୟ ହେ..

ଏ ଛାର ଜନମେ ତୁମର ସାନ୍ନିଧ୍ୟେ

ଦୁଷ୍କୃତ ସବୁ ମୋ ଧୋଇ ଯାଉ ହେ...।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy