STORYMIRROR

Sunanda Mohanty

Inspirational Thriller

3  

Sunanda Mohanty

Inspirational Thriller

ମିଛ ଅବା ସତ

ମିଛ ଅବା ସତ

1 min
168

କଜ୍ଜ୍ଵଳ ଭରା ସନ୍ଧ୍ୟା ଆସିଲେ

ଚନ୍ଦନ ଅଗରୁ ବାସେ

ଅନ୍ଧାର ବେଣୀ ଛାଟି ଆସେ ରାତି

ଚୁଆ ଚନ୍ଦନ ପରଶେ


ଅଳପ ଅଳପ ଗଳପ ଆଳାପେ ଦିନ

ସୂର୍ଯ୍ୟଙ୍କ ପରିପ୍ରକାଶେ

ମଧ୍ୟାର୍ଣ୍ଣ ମୟୂଖ ତେଜ କିରଣ ସୁପ୍ରକାଶ

ଘଣ୍ଟ ଘଣ୍ଟା ଧ୍ଵନିର ଅବକାଶେ


ନିୟତି ନିଇତି ଖଞ୍ଜି ପ୍ରତିଶ୍ରୁତି ପଣେ

ଚାଲୁ ତାଙ୍କରି ନିର୍ଦ୍ଦେଶେ

ଭାଗ୍ୟ ଆଉ କର୍ମ ଦୁହେଁ ପରିପୂରକ

ଅବଶୋଶ ଅବଶୋଶେ


ଆଜି କଥା ଆଜି କାଲି କେ ଦେଖିଛି

ବିଶ୍ୱାସର ନିଃଶ୍ୱାସେ

ଆସନ୍ତା କାଲି କେ କହି ପାରନ୍ତା ଯଦି

ହରଣର ଭାଗଶେଷେ


କାହିଁକି ଜୀବନେ ମାୟା ମୋହ ଜାଲ

ଆତ୍ମାର ପରିପ୍ରକାଶେ

ଜାଣି ସବୁ କିଛି ମଣିଷ ହୁଏ ବାଇଆ

ଜୀବନର ଅବଶିଷ୍ଟ ଅଂଶେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational