STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ମହାଶିବରାତ୍ରି

ମହାଶିବରାତ୍ରି

1 min
249

ଭକ୍ତିଯୁକ୍ତ ଭାବେ ସମସ୍ତେ ଇନ୍ଦ୍ରିୟ

  ସମର୍ପିତ ଶିବ ପଦେ,

ନାରୀ କିମ୍ବା ନର ଚାଣ୍ଡାଳ ବା ପଶୁ

  କରେ ଭକ୍ତି ଶିବ ପଦେ।


ମୁକ୍ତି ପଥ ତାର ହୁଏ ସମୁଜ୍ଜଳ

  ଶିବ ପଦ ମିଳି ଯାଏ,

ଏ ମାୟା ସଂସାରୁ ଶିବ ପଦ ମିଳେ

  ଜ୍ଞାନ ଭକ୍ତେ ମିଳି ଯାଏ।


ଫଗୁଣ ମାସର ଶିବଚତୁର୍ଦ୍ଦଶୀ

 ଶିବଙ୍କ ଜାଗର ଆଜି,

ମହାଶିବରାତ୍ରି ସଜ୍ଜିତ ମନ୍ଦିର

  ଗୁଞ୍ଜେ ଶିବ ନାମ ଆଜି।


ନମଃଶିବାୟର ଗୁଞ୍ଜନ ଦେଶରେ

  ଭକ୍ତ ଶିବ ପଦେ ଧ୍ୟାନ,

ଅକର୍ମା ଦାନୀସେ ଦେବେ ବରଦାନ

  ରାଷ୍ଟ୍ର ହେବ ଲକ୍ଷ୍ମୀପୂର୍ଣ୍ଣ।


ଶକ୍ତିଶାଳୀ ହେବ ଏହୁ ଆର୍ଯାବର୍ତ୍ତ

  ହେବ ବିଶ୍ବଗୁରୁ ଭବେ,

ସବୁ ବୈଭବରେ ପୂର୍ଣ୍ଣ ହେବ ରାଷ୍ଟ୍ର

  ଶକ୍ତିଶାଳୀ ହେବ ଭବେ।


ବିଶ୍ବେ ହେଉ ଥିବା ଯୁଦ୍ଧର ତାଣ୍ଡବ

  ଦୂର କରି ଦେବେ ଦାନୀ,

ବିଶ୍ବ ଶାନ୍ତି କର ପ୍ରଭୁ ବିଶ୍ବନାଥ 

  ତୁମେତ ଅକର୍ମା ଦାନୀ।


ମହାଶିବରାତ୍ରେ ଭକ୍ତି କରୁ ଅଛି

  ମୋ କର୍ତ୍ତବ୍ୟ ପୂର୍ଣ୍ଣ କର,

ମାଗୁ ନାହିଁ ଧନ ମାଗୁନି ବୈଭବ

  ଗୃହ କାର୍ଯ୍ୟ ପୂର୍ଣ୍ଣ କର।


ଭକ୍ତି ରହୁ ନିତ୍ୟେ ଚରଣେ ତହର

  ବିଶ୍ବନାଥ ଦୟା କର,

ସତ୍ୟ ପଥେ ରହୁ କର୍ମପଥ ମୋର

  ଆଶିର୍ବଦ ମତେ କର।


ଧର୍ମ କାର୍ଯ୍ୟେ ରହୁ ଏ ଜୀବନ ମୋର

  ରାଷ୍ଟ୍ର କାର୍ଯ୍ୟ କରୁ ଥିବି,

ଦୀନ ଦୁଃଖୀଙ୍କର ଉନ୍ନତି ନିମନ୍ତେ

  ସେବା ପଥ ରଖି ଥିବି।


କାଶୀ ବିଶ୍ବନାଥ ଭକ୍ତି ପଥ ଦିଅ

  ଭକ୍ତି ଗୁଞ୍ଜୁ ହୃଦେ ମୋର,

ଜାଗର ଜାଳିବି ଅକର୍ମା ଦାନୀଙ୍କୁ

  ମନବାଞ୍ଛା ପୂର୍ଣ୍ଣ କର।


ତବ ଶ୍ରୀଚରଣୁ ନକରିବୁ ଦୂର

  ଏତିକି ମାଗୁଣି ମୋର,

ଶିବଚତୁର୍ଦ୍ଦଶୀ ଭକ୍ତିର ପାର୍ବଣ

  କରିଅଛି ଆଶା ତୋର।


ସବୁତ ଜାଣୁଛୁ ଅକର୍ମା ଦାନୀ ତୁ

  ହୃଦୟ କଥାକୁ ଶୁଣ,

ହୃଦୟର କଥା ପୂର୍ଣ୍ଣ କର ନାଥ

  ଏତିକି ବିନତି ଶୁଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract