STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ମହାପ୍ରଭୁଙ୍କର ହରିହର ବେଶ

ମହାପ୍ରଭୁଙ୍କର ହରିହର ବେଶ

1 min
200

   


ସକଳ ଆତ୍ମାର ପରମାତ୍ମା

          ଏ ସୃଷ୍ଟିର ଅନନ୍ତ ମହିମା,

ନାହିଁ ତାଙ୍କ ବିକଳ୍ପ ଉପମା

        ସାରା ଜଗତର ସେ ମଣିମା।


ପ୍ରଭୁଙ୍କ ନାହିଁ ଆରମ୍ଭ ଶେଷ

         ସଚରାଚରର ପରିବେଶ,

ସେ ହିଁ ସତ୍ୟ ଭରସା ବିଶ୍ଵାସ

      ସେ ନିତ୍ୟ ଶାଶ୍ଵତ ତାଙ୍କ ବେଶ।


ଇଚ୍ଛାରେ ଧରନ୍ତି ବହୁରୂପ

       ଯୁଗେ ଯୁଗେ ପ୍ରଭୁ ଯେ ଅମାପ,

ନିଜ ରୂପେ ସ୍ଵୟଂ ଅନୁରୂପ

         ଅକ୍ଷୟ ଅବ୍ୟୟର ପ୍ରତାପ।


କାର୍ତ୍ତିକ ମାସର ଦୀପାବଳି

         ଅମାବାସ୍ୟାରୁ ଶୁକ୍ଳ ଦଶମୀ,

ସୋମବାର ହରିହର ବେଶ

        ହୁଅନ୍ତି ଯେ ଜଗତର ସ୍ଵାମୀ।


ଅବକାଶ ନୀତି ପରେ ପରେ

         ହରିହର ବେଶରେ ସଜ୍ଜିତ,

ହୋଇଥାନ୍ତି ପ୍ରଭୁ ଶ୍ରୀମନ୍ଦିରେ

         ଭକତ ଦେଖି ହୁଏ ଚକିତ।


ବଡ଼ଠାକୁରଙ୍କୁ ହର ରୂପେ

          ବିବେଚନା କରି ହରିହର,

ହରି ହର ଦୁଇ ଶକ୍ତି ଏକ 

         ଦିଶନ୍ତି ଯେ ମନ ମୁଗ୍ଧକର।


ଅର୍ଦ୍ଧେକ କଳା ଅର୍ଦ୍ଧେକ ଧଳା 

         ବତିଶି ପ୍ରକାର ଅଳଙ୍କାରେ,

ସଜାଇ ହୁଅନ୍ତି ବଳଦେବ

        ସ୍ଵର୍ଣ୍ଣମୟ କରି ଶ୍ରୀଅଙ୍ଗରେ।


ମହାପ୍ରଭୁ ଜଗନ୍ନାଥ ସ୍ଵୟଂ

       ହୁଅନ୍ତି ଯେ ରାଧା ଦାମୋଦର,

ବେନି ଭାଇ ରୂପକାନ୍ତି ଦେଖି

        ସର୍ବେ ହୁଅନ୍ତି ଆତ୍ମବିଭୋର।


ତାଙ୍କ ପାଶେ ରହୁ ସଦା ଭକ୍ତି

         ଭବ ସଂସାରରୁ ମିଳୁ ମୁକ୍ତି,

ଶ୍ରୀପଦ ଯୁଗଳରେ ପ୍ରଣତି

      କରି ପ୍ରକାଶେ ମୋ ଅନୁରୋକ୍ତି।

        

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract