STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ

ମହାପ୍ରଭୁଙ୍କ ଅପୂର୍ଵ ଶ୍ରାଦ୍ଧବେଶ

1 min
295


ଶ୍ରୀମନ୍ଦିରେ ବିଜେ ବ୍ରହ୍ମାଣ୍ଡ ଠାକୁର

    ଦିବ୍ୟଦାରୁ କଳେବରେ

ମାନବ ଦେବତା ମାନବୀୟ ଲୀଳା

     ଜୟ ଜଗଦୀଶ ହରେ l


ଯୁଗେ ଯୁଗେ ପ୍ରଭୁ ଅବତରି ମର୍ତ୍ତ୍ୟେ

       ଧର୍ମ ସଂସ୍ଥାପନ କରି

ଦୁଷ୍ଟ ନିବାରଣେ ଶିଷ୍ଟଙ୍କ ପାଳନେ

     ଲୀଳା ବିରଚନ୍ତି ହରି l


ବାମନାବତାରେ ସତ୍ୟ ଯୁଗେ ପ୍ରଭୁ

      କଶ୍ୟପ ଅଦିତି ସୁତ

ଭିକ୍ଷା ମାଗି ବଳି ପାତାଳେ ଚାପିଲେ

      ଭୂମି ତିନିପାଦ ମାତ୍ର l


ତ୍ରେତୟାରେ ରମ୍ୟ ରାମ ଅବତାର

     ହସ୍ତେ ଶୋଭେ ଧନୁର୍ବାଣ

ଦଶରଥ ପିତା କୋଉଶଲ୍ୟା ମାତା

     ଲଙ୍କେ ବଧିଲେ ରାବଣ l


ଦ୍ୱାପରରେ ପ୍ରଭୁ ବରଜେ ନାଗର

    ଜନମିଲେ କାରାଘରେ

ବସୁଦେବ ପିତା ଦଇବକୀ ମାତା

      ଜନ୍ମ ଅଷ୍ଟମ ଗର୍ଭରେ l


କଂସାସୁର ଡରେ ଘନ ଅନ୍ଧକାରେ

   ଗୋପପୁରେ ତାଙ୍କୁ ଛାଡ଼ି

କନ୍ୟା ପାଲଟାଇ ବସୁଦେବ ନେଇ

    ଆସିଲେ କାରା ବାହୁଡ଼ି l


ବଡ଼ ଭାଗ୍ୟବନ୍ତ ଶ୍ରୀନନ୍ଦ ଯଶୋଦା

      ଯୁଗ ଯୁଗ ତପ ସିଦ୍ଧି

କଳା ମାଣିକକୁ ପାଳିଲେ ଯତନେ

  ବାତ୍ସଲ୍ୟ ଡୋରିରେ ବାନ୍ଧି l


କଳିଯୁଗେ ହରି ଶ୍ରୀଦାରୁମୁରାରୀ

     ଶ୍ରୀକ୍ଷେତ୍ର ମଉଡ଼ମଣୀ

ଅବନ୍ତୀ ରାଜନ ରାଜା ଇନ୍ଦ୍ରଦ୍ୟୁମ୍ନ

    ଦୁଲାଳ ଗୁଣ୍ଡିଚା ରାଣୀ l


ଦେବ ଦୀପାବଳି ମହାପ୍ରଭୁ ହେଲେ

     ଅପରୂପ ଶ୍ରାଦ୍ଧ ବେଶ

ଚାରି ଯୁଗ ପିତା ମାତାଙ୍କୁ ପୂଜନ୍ତି

  ଜଗତେ ଦେଇ ସନ୍ଦେଶ l


ପିତୃଙ୍କ ପୂଜନ କର ସଦା ଜନ

   ଋଣ କେବା ସୁଝି ପାରେ

ହେ ଲୀଳାବିଧୃତ କଳେବର ନାଥ

    ଶରଣ ତାଙ୍କ ପୟରେ l


ଚତୁର୍ଦ୍ଧା ମୂରତି କ୍ଷେତ୍ରେ ବିରାଜନ୍ତି

    ନୀଳ ମହାସିନ୍ଧୁ ତୀରେ

ଦରଶନେ ଖଣ୍ଡେ କୋଟି ଜନ୍ମ ପାପ

    ଜୟ ଜଗଦୀଶ ହରେ l

     


Rate this content
Log in

Similar oriya poem from Inspirational