Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

4  

Binodini Dash

Inspirational

ମହାନ ଆମର ପର୍ବପର୍ବାଣି

ମହାନ ଆମର ପର୍ବପର୍ବାଣି

1 min
8



ମହାନ ଆମର ପର୍ବପର୍ବାଣି

ପିଠାପଣା କହେ ତା'ର କାହାଣୀ ।


ଗୋଟିଗୋଟି ହୋଇ ଛୁଟେ ଅଗଣା

ପାଛୋଟି ଆଣଇ ଗୃହ ଅଙ୍ଗନା ।


ସତେ କି ଭାବଇ ତାହାକୁ ମଣି

ଖୁସିର ବୀଜକୁ ହୃଦୟେ ବୁଣି ।


କେବେ ଝୋଟି ଚିତା କେବେ ମୁରୁଜ

ଗୃହଦିଅଁ ପାଶୁ ଚଉଁରା ସଜ ।


ଦୋଳ ପରବରେ ପିଠା ଏଣ୍ଡୁରି 

ଲାଗି ରାଧାକୃଷ୍ଣେ ମେଲଣେ ବୁଲି ।


ଚଇତି ମଙ୍ଗଳବାରେ ତାରିଣୀ

ଗେଟେଇ, କ୍ଷୀରିରେ ପୂଜନ ପୁଣି ।


କରେ ପୋଡ଼ପିଠା ପରବ ରଜେ

କାକରାକୁ କ୍ଷୀରି ଗୁହାଳ ନିଜେ ।


ଚିତାଲାଗି ଅମାବାସ୍ୟା ଚିତୋଉ

କେଡ଼େ ସୁଆଦିଆ ତିଆରେ ବୋଉ ।


ଗହ୍ମା ପୁନେଇଁରେ ଚକୁଳି ପିଠା

ଆରିସା, କାକରା ଆହା କି ମିଠା !


ଭାଦ୍ରବରେ ଶ୍ରୀଗଣେଶ ପୂଜନ

ନାନା ପିଠାପଣା, ଲଡୁ ଅର୍ପଣ ।


କୁଆଁରୀ କୁଆଁର ଛେନା ମଣ୍ଡାରେ 

ଗଜପିଠା ଭୋଗ ବଡ଼ ଓଷାରେ ।


ମଗୁଶିରେ ମାତା ଲକ୍ଷ୍ମୀଙ୍କ ପୂଜା

ପାଞ୍ଚପାଳି ନାନା ପିଷ୍ଟକ ସଜା ।


ହଳଦୀ ପତରେ ପିଠା ଏଣ୍ଡୁରି 

ମହମହ ବାସ ଛୁଟାଏ ଭାରି ।


ପୌଷ ଅମାବାସ୍ୟା ବକୁଳ ଲାଗି

ବଉଳ ଗଇଁଠା ଦିଅଁଙ୍କୁ ଲାଗି ।


ମଣ୍ଡା, ଅଟକାଳି ପଣ୍ଡୁ ପୂର୍ଣ୍ଣିମା

ଯିଏ ଚାଖିଥାଏ ଭୁଲେନି ଜମା ।


ମାଘେ ବାଗ୍ଦେବୀ ହୁଅନ୍ତି ଉଭା

ନାନା ଅନୁଷ୍ଠାନ ମଣ୍ଡିତ ଶୋଭା ।


ପରବ ଆମର ଗର୍ବ ଗୌରବ

ପାଳି ଓଡ଼ିଆଣୀ ମନାସେ ଶୁଭ ।


କାଳଚକ୍ରେ ଘୂରି ବରଷସାରା

ଆସିବା ଯିବାରେ ଦିଶଇ ତୋରା ।


ମହାପ୍ରଭୁ ଆମ ଶ୍ରୀଜଗନ୍ନାଥ

ପ୍ରତ୍ୟେକ ପରବେ ତୋଷେ ଭକତ ।


ପ୍ରତିଦିନ ତାଙ୍କ ଅଶେଷ ଲୀଳା

ସତେ କି ପରବେ ବସିଛି ମେଳା ।


ଦେଖି ଭକ୍ତ ମନ ଭାବରେ ଭୋଳା ।

ଧନ୍ୟ କଳାକାହ୍ନୁ ଧନ୍ୟ ତା' ଖେଳା ।



Rate this content
Log in

Similar oriya poem from Inspirational