Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Inspirational

3  

Akshayakumar Dash

Inspirational

ପରିବେଶ

ପରିବେଶ

1 min
187


ଅଦିନରେ ଝଡ଼ ଆସେ ବାତ୍ୟା ବଡ଼

ହଟିଯାଏ ମନ ବଳ

ପ୍ରଚଣ୍ଡ ଖରାରେ ବଂଚିବା ପରାରେ

ଅସଂଜତ ସବୁ କଳ ।


ହିଁନ ବୃଷ୍ଟି ପୁଣି ବନ୍ୟାଜଳରେ

ଉଜୁଡି ଯାଉଛି ଚାଷ

ପବନରେ ଗଛ ତଳେ ସୋଇପଡ଼େ

ଉଡାଇ ନେଉଛି ବାସ ।


ଖାଦ୍ୟ ଭେଜାଲ ଦରଦାମ ଚଢା

ଜଟିଳ ରୋଗରେ ପଡ଼ି

କୁଢ଼ କୁଢ଼ଶବ ସତ୍କାର ନହୋଇ

ଶ୍ଣଶାନ ଭୂମିରେ ଗଡି ।


ଲୁଟିନିଏ ସାଧୁ ଦେଶର ଧନକୁ

କହିଲେ ସରିଲା ପାଠ

ନେତାଙ୍କ କଥାରେ କେତେ ସତ ଅଛି

ଦେଖାନ୍ତି ଓଲଟା ବାଟ ।


ଜଙ୍ଗଲକୁ କାଟି କାରଖାନା ପାଇଁ

ବୋହି ନେଲେ ଜାଳ କାଠ

ଆଉ ନାହିଁ ତୋଟା ଆମ୍ବ ବଗିଚା

ପଶୁପକ୍ଷୀଙ୍କର ନାଟ ।


ଆସିଛି କରୋନା ଚାଲିଛି ବାହାନା

ମିଛ ସତ ଦୁହେଁ ମିତ

ପୋଲିସଙ୍କ ହାତେ ନିରୀହ ଜନତା

ଫାଇନ ଗଣନ୍ତି ବିତ ।


ଚାଷୀ ଭାଇ ପାଇଁ କେବଳ ଭାଷଣ

କଷଣ ତା ଭାଗ୍ୟ ରେଖା

ଖଟୁଛି ବୋଲି ସେ ଖାଉଛୁ ସରବେ

ସହଯୋଗ ନାହିଁ ଦେଖା ।


ପୁଞ୍ଜୀଭୂତ କ୍ଷୋଭ ଭୟଙ୍କର ରୂପ

କରୋନା ଆସଇ ଧାଇଁ

ପରିବେଶ ଯଦି ସୁଧୁରିବ ନାହିଁ

ଯିବ ଗୋଟେ ଗୋଟେ ଖାଇ ।



Rate this content
Log in

Similar oriya poem from Inspirational