Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Inspirational

3  

Pramila Mohanty

Inspirational

ମନ ରହିଗଲା ତୁମରି ଠାରେ

ମନ ରହିଗଲା ତୁମରି ଠାରେ

1 min
152


ତୁମରି ସେଇ ଅସରନ୍ତି

ଫଗୁଣର ଅବିର ବୋଳା

ଚୋରା ଚାହାଣୀ କୃଷ୍ଣଚୂଡା

ରଙ୍ଗର ପାଖୁଡା ଧାରେ

ଗୋଲାପି ଗୋଲାପି ଓଠ

ଅଧରେ ମନ ରହିଗଲା

ତୁମରି ଠାରେ

ମନେ ପଡେ

ବିତି ଯାଇଥିବା ସେହି

ଅଭୂଲା ସ୍ମୃତିର ପରଶ

ଚୁନା ଚୁନା ତାରା ଫୁଲେ

ମୁକ୍ତା ଝରା ହସ 

ବସନ୍ତର ମୃଦୁମନ୍ଦ ପବନ

କୋଇଲିର କୁହୁ ତାନ

ଶ୍ରାବଣର ବରଷା ଧାର

କହୁଛି କେତେ ଅଭୂଲା

ଗାଥା ଚୁପି ଚୁପି ମନ

କଥା ବଇଁଶୀ ସୁରେ

ମନ ରହିଗଲା ତୁମରି ଠାରେ

ଆସିବକି ଆଉ ଫେରି

ସେଇ ଦିନ

ବୁଣି ଦେଇ ଯିବ ମୁରୁଜ

ଫେରି ଆସ ମିତ

ଫେରି ଆସ

ମନ ରହିଗଲା ତୁମରି ଠାରେ ।



Rate this content
Log in

Similar oriya poem from Inspirational