କହିବି କାହାକୁ
କହିବି କାହାକୁ
ଏମିତି କିଛି କଥା ଅଛି
କହିବି କାହାକୁ ଶୁଣିବ କିଏ
ସଭିଏଁ ଶଢନ୍ତି ନିଜ ର ଦୁଃଖ ରେ
ସବୁଠୁଁ ବିଚିତ୍ର ସଂସାର ଇଏ।
ଅନ୍ୟ ର ଭୁଲ୍କୁ ବାଛନ୍ତି ଅନେକ
ନିଜ ଦୋଷ ତ୍ରୁଟି ଦେଖନ୍ତି ନାହିଁ
ସଜମାଚ୍ଛେ ପୋକ ପକାଇ ଦିଅନ୍ତି
ଦେଖାଇ ଥାଆନ୍ତି ନିଜ ବଡ଼ାଇ।
କୁଆ ଉଡିଗଲେ ଛୁଆ ଉଡିଗଲା
କହିଥାନ୍ତି ଘର ବାହାରେ ବୁଲି
ଆଜି କହିଥିବା ନିଜର କଥା କୁ
କାଲି କି ସେ ଯାଇ ଥାଆନ୍ତି ଭୁଲି।