STORYMIRROR

Ashok Kumar Pradhan

Romance

3  

Ashok Kumar Pradhan

Romance

ମହାଦ୍ରୁମ-@shok

ମହାଦ୍ରୁମ-@shok

1 min
11.7K


ବୈଶାଖ ମାସର ନିଦାଘ ରୌଦ୍ରରେ 

ବୁଣିଥିଲି ପ୍ରେମ ବୀଜ, 

ସେଇ ବୀଜ ଆଜି ଭ୍ରୂଣଟିଏ ହୋଇ 

ପାଲଟିଛି ମହାଦ୍ରୁମ ll


କେତେ ଦାଉ ଧକ୍କା କଷଣ ସହିକି 

ନିରବେ ହୋଇଛି ଠିଆ 

ନିନ୍ଦା ଅପବାଦ ଚନ୍ଦନ ଭାବି କି 

ବୋଳିଛି ସୌଷ୍ଠବେ ଆହା ll


ଦିନ ପରେ ଦିନ ମାସ ପରେ ବର୍ଷ 

ବିତରିଛି ଫୁଲ ଫଳ, 

ପ୍ରେମର ଫଲଗୁ ରେ ପରଶିଛି ଅବା 

ଦେଇ ଛାୟା ସୁଶୀତଳ ll


ତା ମୂଳରେ ବସି ଗୋପନେ ପ୍ରିୟାକୁ 

କରି କେତେ ଆଲିଙ୍ଗନ, 

ତା ଉପସ୍ଥିତିକୁ ଉପଲବ୍ଧି କରେ 

ଦେଇ କପାଳେ ଚୁମ୍ବନ ll


ମୂକସାକ୍ଷୀ ପ୍ରାୟେ କେତେ ଅତୀତର

ସ୍ମୃତି ବିଜଡିତ ପଂକ୍ତି, 

ଅୟସ ମାରୁଛି ବୟସ ଚାପରେ 

ପିଞ୍ଜରାରୁ ହୋଇ ମୁକ୍ତି ll


ତଳେ ଠିଆ ହୋଇ ଦିଗବଳୟକୁ 

ନିର୍ନିମେଷେ ଥାଏ ଚାହିଁ, 

ଆସିବକି ଫେରି ପିଲାଦିନ ପ୍ରିୟା 

ଖେଳିବା ବାଲି କଣ୍ଢେଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance