STORYMIRROR

Sunanda Mohanty

Abstract Others

4  

Sunanda Mohanty

Abstract Others

ମଗୁଶୀର ଶୀତ ବ୍ରତ

ମଗୁଶୀର ଶୀତ ବ୍ରତ

1 min
400


ତତେ କଣ ଶୀତ ଜଡ଼ାଇ ଧରିନି

ଜଡତାର ଜଉଘରେ ଚାରିମାସ

ଶିଶିର ଫୁଲ ଫୁଟାଇ ନରମ ଘାସରେ

ଦେଇନି ତୋ ଦେହ ମୁଁହରେ ଶୀତଳ ସ୍ପର୍ଶ

ଘାସକୁ ଛୋଟ ପାଳ ଦଉଡିଠୁ ମୋଟ

ତୋ ଭବନରେ ଲଷ୍ମୀଙ୍କୁ କଲୁ ବଶ

ତୋ ହାତ ଥରିଲାନି ଗୋବର ପାଣିରେ

ସୋଦୁଅ ବଟାରେ ପିଠଉ ଚିତାରେ

ଶୀତ ତତେ ଛୁଁ ଛୁଁ ତୋ ଭକ୍ତି ଅର୍ଘ୍ୟ

ମୁକୁଳେଇନେଲା ତୋ ସର୍ବନାଶରୁ

ତୁ ତୋ ନିଜକୁ ପରିବାରକୁ ଦେବାକୁ ଭାତ

ଛାଡ଼ିଦେଇ ଶୀତ ହସ୍ତ

ପାହାନ୍ତି ପହରୁ ବୋଲିଲୁ ଲଷ୍ମୀ ଗୀତ

ପୂଜିଲୁ ପାଦ ପଦ୍ମ ପାଇଲୁ ଶୀତୁଆ କୋଳାଗ୍ରତ

କେମିତି ତୋଷିଲୁ ଲେଖିଲୁ ଲଷ୍ମୀ ପାଦ ପଦ୍ମ ଚିତ୍ର

ମାଗିଲୁ ଗୋଗୋଷ୍ଠକୁ ଦେବ ମୋର ଆୟୁଷ ଅୟୁତ

ନଥିଲା ଶୀତ ବସ୍ତ୍ର ତଥାପି କୋଳେଇନେଲୁ ଶୀତ

ସତେ ଯେମିତି ତୁ ମାଆ ସେ ଝିଅ

ଶୋଇଛି ଯେବେ ଜଗତ

ତୁ ମାଗୁଥିଲୁ ଶୀତ ପଣତ

ଭିତରେ ଭକ୍ତି ସାରସ୍ୱତ

ଶୀତ ସକାଳ ଆସିବା ଆଗରୁ ପାହାନ୍ତି ପହରୁ

ତୋ ଗୋବର ହସ୍ତ ତତେ ଚାଣ୍ଡାଳୁଣୀରୁ ଭକ୍ତ

ଶୀତ ଯୋଗୁଁ ପାଇଲୁ ସିନା ନାମ ଯଶ ଏଯାବତ

ଶୀତ ଆସୁଛି ଗାଇ ସେଇ ଧାନ ମାଣିକା ଗୀତ

ତୁ ଶ୍ରୀୟା ତୋ ଅଣ୍ଟିରେ ବାନ୍ଧି ରଖି ଶୀତକୁ

ଭକ୍ତି ସସହିତ୍ୟକୁ କଲୁ ରୁଦ୍ଧିମନ୍ତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract