STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ମଗ୍ନ ଗୋଧୂଳୀ ଲଗ୍ନ

ମଗ୍ନ ଗୋଧୂଳୀ ଲଗ୍ନ

1 min
184


ମଗ୍ନ ଗୋଧୂଳିର ଲଗ୍ନ ଆଜି କିଆଁ ଉଦାସ।

ଭିଜାଭିଜା ପ୍ରୀତି ଜାଗେ ଲାଗେ ଭାରି ଅବଶ।0।


ଲାଲିମାର ଅସ୍ତରାଗରେ ଭରା ଆଜି ଆକାଶ ।

ସ୍ବପ୍ନିଳ ଗଗନ ଖୋଜେ 

କାର ଟିକେ ପରଶ ।

ନୀଡହରା ପକ୍ଷୀଟିଏ...

ଉଡି ଉଡି ଖୋଜୁଥାଏ...

ହଜିଯାଇଥିବା ତାର

ସ୍ମୃତି ଭରା ନିବାସ (୧)


ଗୋଲାପ ଫୁଲରେ ଆଜି

ଭରି ଦେଇ ଅଳସ ।

ଅଳି କହେ କଳୀ କାନେ

ପିଇବାକୁ ପିୟୂଷ ।।

ଓଠେ ତଳେ ଲାଜ ଚାପି...

କହେ ଝୁଲି କଳିକାଟି...

ସଂଜ ଆସେ ନଇଁ ଦେଖ

ଗୋଧୂଳିର ଆକାଶ (୨)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance