ମଗ୍ନ ଗୋଧୂଳୀ ଲଗ୍ନ
ମଗ୍ନ ଗୋଧୂଳୀ ଲଗ୍ନ
ମଗ୍ନ ଗୋଧୂଳିର ଲଗ୍ନ ଆଜି କିଆଁ ଉଦାସ।
ଭିଜାଭିଜା ପ୍ରୀତି ଜାଗେ ଲାଗେ ଭାରି ଅବଶ।0।
ଲାଲିମାର ଅସ୍ତରାଗରେ ଭରା ଆଜି ଆକାଶ ।
ସ୍ବପ୍ନିଳ ଗଗନ ଖୋଜେ
କାର ଟିକେ ପରଶ ।
ନୀଡହରା ପକ୍ଷୀଟିଏ...
ଉଡି ଉଡି ଖୋଜୁଥାଏ...
ହଜିଯାଇଥିବା ତାର
ସ୍ମୃତି ଭରା ନିବାସ (୧)
ଗୋଲାପ ଫୁଲରେ ଆଜି
ଭରି ଦେଇ ଅଳସ ।
ଅଳି କହେ କଳୀ କାନେ
ପିଇବାକୁ ପିୟୂଷ ।।
ଓଠେ ତଳେ ଲାଜ ଚାପି...
କହେ ଝୁଲି କଳିକାଟି...
ସଂଜ ଆସେ ନଇଁ ଦେଖ
ଗୋଧୂଳିର ଆକାଶ (୨)

