STORYMIRROR

Pradeep Bandha

Romance

3  

Pradeep Bandha

Romance

ମେଞ୍ଚାଏ ଖୁସି

ମେଞ୍ଚାଏ ଖୁସି

1 min
331


ତୁମେ ଗାଇପାରିବନି

କେମିତି ଗାଇବ ଯେ

ଆମ ପ୍ରେମର ଏ 

ମଲାଜହ୍ନର ଛାଇ ତଳେ

ବିତେଇ ଥିବା ତମାମ ରାତିକୁ

ବେଶ୍ ରଞ୍ଜିତ କରି ଗଢି ତୋଳିଛି

ଆଉ ଜଣେ ତୁମକୁ ନେଇ

ସ୍ୱପ୍ନର ସମ୍ଭାର କରି।।


ସେ ଯିଏ ବି ହେଉନା କାହିଁକି

ତୁମ ଶରୀର ସିଲଟରେ

ଅାଙ୍କିବାର ପ୍ରତିଶ୍ରୁତି ନେଇ

ତୁମ କୁମାରୀତ୍ବକୁ ବେଦୀ ହୋମ

ନିଆଁରେ ପୋଡ଼ି ମେଞ୍ଚାଏ ସିନ୍ଦୁର କରି

ଲଗେଇ ନିଜର କରିଛି ସାତ ଜନ୍ମକୁ

ସାତ ଗଣ୍ଠିଆଳ ଫିଟେଇବାର

ସୁଯୋଗ କେବଳ ତା'ର।।


ନବବଧୂ ସଜେଇ

ହାତ ଗଣ୍ଠିରେ ପ୍ରଥମ ସ୍ପର୍ଶ କରି

ବିଚ୍ଛେଦ କରିଛି ଆମ ସେ ଅତୀତର

ଆପଣା ପଣିଆକୁ

ହୋମ ନିଆଁରେ ଖଇ ପୋଡି

ତୁମ ଆଞ୍ଜୁଳା ସହିତ ଆଞ୍ଜୁଳା ମିଶେଇ

ବାଜେ ଖାତାର ପ୍ରଥମ ପୃଷ୍ଠାକୁ

ଜାଳି ଛାରଖାର କରି

ଆରମ୍ଭ କରିଛି ନୂଆ ଇତିହାସର

ପ୍ରଥମ ପୃଷ୍ଠା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance