STORYMIRROR

Pradeep Bandha

Others

2  

Pradeep Bandha

Others

ରକ୍ଷିତା

ରକ୍ଷିତା

1 min
439



ନାରୀଟିଏ ସତରେ କ'ଣ

ପୁରୁଷ ପଶାପାଲିର

ଭୋଜନ ସାମଗ୍ରୀ ?

ଯଦି କୌଣସି ପୁରୁଷ

ମାନଙ୍କର ଭୋଗ ବିଳାସ ର

ଶେଷ ସମ୍ପତି

ତାହେଲେ ସେ ଶେଷ

ସମୟର ନିଜକୁ

ମୂଲ୍ୟାଙ୍କନ କରି

ପରିବାର ର ସୁଖ ଦୁଃଖ କୁ

ନିଜ ଛାତି ଭିତରେ ଗୋଟେଇ

ରୂପ ବଗିଚା ତିଆରି କରିବା

ଆଶାରେ ଶହ ଶହ ଗୋଲାପ

ବିଛଣାରେ ନିଜକୁ

ଶୁଆଇ ଅଦିନରେ ଝରିପଡ଼େ

କାହିଁକି ?


ଜନ୍ମ ହେଉ ହେଉ ସେ

ଏନ୍ତୁଡ଼ିର ଜଳନ୍ତା ନିଆଁରେ

ନିଜକୁ ଜାଳି ଦେଲାନି କାହିଁକି ?

ପହିଲି ଆଷାଢ଼ ବର୍ଷା ବତୁରା

ଭିଜା ମାଟିର ବାସ୍ନା ସେତିକିରେ

ସୀମିତ ହେଲାନି କାହିଁକି ?


ନାରୀ ଟିଏ ହୋଇ ଜନ୍ମ ହେବା

ତାର କ'ଣ ଦୋଷ ଥିଲା ?

ଯଦିବା ନା

ତାହେଲେ ସେହି ନାରୀର ସପନ

ଆଇନା ଚୁର୍ ମାର କରି

ଭବିଷ୍ୟତ ଆଉ ବର୍ତ୍ତମାନ କୁ

ଜାବୁଡି ସେ ବଞ୍ଚିବ କେମିତି।

ବାଟର ବାଟୋଇ ହେବା ପରିବର୍ତ୍ତେ

ତାକୁ ଅବାଟରେ ପାଦ ଥୋଇବାକୁ

ବାଧ୍ୟ କରିଛନ୍ତି ଆପଣ ।

ସବୁ ଆଶା ଅସୁମାରି ସ୍ୱପ୍ନର

ତାଜମହଲ ଲିଭେଇଦେଇଛି ଏ ସମୟ,

ତଥାପି

ଭାଗ୍ୟର ଡୋରିରେ ଗଣ୍ଠି ପକେଇ

ସକାଳର ସୂର୍ଯ୍ୟ ବଦଳରେ

ଆଖିରେ ଅନ୍ଧ ପୁଟୁଳି ବାନ୍ଧି

ଏ ଯୁଗର ସାବିତ୍ରୀ ସାଜି

ନୂଆ ଶତାବ୍ଦୀର ନୂଆ

ମହାରାଜ ସତ୍ୟବାନ ମାନଙ୍କର

ଆଉ ଏକ ଅନ୍ୟତମ

ଶୋଷ ସମ୍ପୂର୍ଣ୍ଣ ରକ୍ଷିତା ସାଜି

ଦୀପାଳି ପରି ଜଳି ଜଳି

ତା'ର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ କୁ

କୁଆ ଶାଗୁଣା ମାନଙ୍କୁ

ବାଣ୍ଟି ଚାଲିଛି,

କାହିଁକି ?

କ'ଣ ପାଇଁ ?



ପ୍ରଦୀପ ବନ୍ଧ, ଭଦ୍ରକ ,ବାସୁଦେବପୁର

ରାଜଘରପୋଖରୀ, ସାନମଛୁଆଘାଇ

ମୋ--୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍