STORYMIRROR

Pradeep Bandha

Others

3  

Pradeep Bandha

Others

ପାଦଚିହ୍ନ

ପାଦଚିହ୍ନ

1 min
293




ଏଠି ଅସଂଖ୍ୟ ମଣିଷଙ୍କ ଭିଡ଼ରେ

ଅଗଣନ ପାଦ ଶବ୍ଦରେ

ମାଟି ବି ନାରାଜ,


ସତ କହିଲେ ଚପଲ ପିନ୍ଧା

ପାଦ ଦୁଇଟି ର ଦୋଷ କ'ଣ ଯେ

ପୂର୍ବ ପରି ଚାଲିବା ପରିଧିରେ

ମିଛ ଆଶାବାଡି ଧରି

ଅଣ୍ଡାଳି ଅଣ୍ଡାଳି ଚାଲୁଛନ୍ତି ସହସ୍ର

ଅନ୍ଧାରୀ ମହାରାଜା ମାନେ,,

କ'ଣ ମାଟିକୁ ସୁରକ୍ଷା ଦେବାକୁ

ନା ନିଜେ ବଞ୍ଚିବାକୁ,



ଆପଣ ମାନେ ଭାବିଲେ ଦେଖି

ସତରେ କ'ଣ ଭୂମିକମ୍ପ ହେବ

ସିଂହାସନ ତଳେ ଥୁଆ ହୋଇଥିବା

କଠଉ ଦୁଇଟି ଓଲଟି ପଡିବ,

ଧେତ୍ କିଏ କହୁଛି

ସେଥିପାଇଁ ତ ଭାରି ବ୍ୟସ୍ତ

ଝଡ଼ ଆଉ ଭୂମିକମ୍ପରୁ ଆଡେଇ

ଯିବାର କେତେ କ'ଣ କଳ

କୋୖଶଳରେ

ବର୍ତ୍ତମାନର ବ୍ୟସ୍ତ ଜୀବନକୁ

ରକ୍ଷା କବଚ କରି

ବଞ୍ଚିବାର ଆୟୋଜନ କରି ସାରିଲେଣି,,


ଭୁଲି ସାରିଲେଣି କାଦୁଅ ମାଟିର

ସେ ଛୋଟ ଗାଁ କୁ

ଖାଲି କଂକ୍ରିଟ୍ ଢଳେଇର

ପାଦ ଥୋଇ

ନିଜର ଜୀଅନ୍ତା ସ୍ତମ୍ଭ

ନିର୍ମାଣ କରି

ପାଦ ପୂଜା କରିବାର

ରାସ୍ତା ବାହାର କରିସାରିଲେଣି

କିଏ କହୁଛି ତାଙ୍କର ପାଦ ଚିହ୍ନ

ନାହିଁ ବୋଲି

ଯେ ବି କହୁଛି

ସେ ହେଉଛି ବୋକା

ସେଥିପାଇଁ ତ ସେ ଆଗୁଆ ଜୀଅନ୍ତା ସମାଧି ନେଇ

ଫୁଲ ତୋଡା ନିଜ ପାଦ

ତଳେ ନିଜେ ସମର୍ପି

ଖୁସି ମନାଉଛନ୍ତି,



ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର, ରାଜଘରପୋଖରୀ

ସାନମଛୁଆଘାଇ,

ମୋ--୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍