STORYMIRROR

Pradeep Bandha

Others

2  

Pradeep Bandha

Others

ଶୋଷଣକାରୀ

ଶୋଷଣକାରୀ

1 min
600


ଶୋଷଣକାରୀ।।



ଅଶ୍ରୁଳ ଶ୍ରଦ୍ଧାଞ୍ଜଳିରେ ନିର୍ବାକ ପାଲଟି

ଯାଇଛି ନୀରିହ ଅକ୍ଷର

ଭୋକ ଜର୍ଜରିତ ଶବ୍ଦ ମାନେ

ଅଟ୍ଟହାସ୍ୟ କରି ଲୁଚିଯାଉଛନ୍ତି ।


ଝଡର ଆତଂକରେ ବାକ୍ୟମାନେ

ଓଲଟ ପାଲଟ ହୋଇ ଯୋଡହସ୍ତ କରି ସଲାମ କରୁଛନ୍ତି

ସମୟର ଆବର୍ଜନାରେ ସିଂହାସନ ଆରୋହଣ କରି ବସି ଠୋ ଠୋ

ହସିଥିବା ଲୁଣ୍ଠିତ ମୁଖା ପିନ୍ଧା

ମଣିଷ ମାନଙ୍କ ମଣିଷ ପଣିଆ ଦେଖି।।


ଏଠି ଭାଗ୍ୟ କେବଳ ନୂଆ ସୂ୍ର୍ୟୋଦୟ ଅପେକ୍ଷାରେ

ଅଣ୍ଡାଳି ବୁଲୁଛି ବସ୍ତୁହରା ପିମ୍ପୁଡି

ମାନଙ୍କ ଭଳି।

ମାଟିର ଛାତି ତଳେ ମୁଣ୍ଡ ଗେଞ୍ଜିବାକୁ

ସମସ୍ତେ ନାରାଜ,

ଖାଲି ଭୋକିଲା ମୃତାହତ ଶୋଷଣ କାରୀ ପରି ଖୋଜି ବୁଲୁଛନ୍ତି

ପୁଳା ପୁଳା ମଣିଷ ମାଂସ।

ଶୋଷିଲା ଓଠମାନେ ରକ୍ତର ସଗାରକୁ ଲଙ୍ଘିବାକୁ ଇଚ୍ଛା

କରୁନାହାନ୍ତି ।

କାରଣ-

ପ୍ରତାରଣା ଚଉକି ଉପରେ ବସି

ବାରି ନେଉଛନ୍ତି ଅନ୍ତରଙ୍ଗ ମାନଙ୍କର

ନିଃଶ୍ବାସ ଆଉ ପ୍ରଶ୍ୱାସକୁ।।



ପ୍ରଦୀପ ବନ୍ଧ,ସାନମାଛୁଆଘାଇ

ରାଜଘରପୋଖରୀ, ବାସୁଦେବପୁର

ଭଦ୍ରକ,

ମୋ-୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍