STORYMIRROR

Pradeep Bandha

Others

3  

Pradeep Bandha

Others

ଏଇ ବୋଧେ ସହର

ଏଇ ବୋଧେ ସହର

1 min
341

ଏଇ ବୋଧେ ସହର

ଦିନ ଶେଷ ହେଲେ

ଯେଉଁଠି ପ୍ରେମ ଓ ପ୍ରତାରଣାର

ଜୁଆର ମାଡି ଆସେ

ଭିନ୍ନ ଏକ ପୃଥିବୀରେ

ରହିଲା ଭଳି ଲାଗେ ।


ମଲା ଜହ୍ନର ଛାଇ ତଳେ

ସୂର୍ଯ୍ୟପରାଗ ଝର୍କା ଫାଙ୍କ

ଦେଇ ପଶିଆସେ।

ଝର୍କା ସେପଟରେ ଶୋକ ଗୀତି

ଗାଉଥିବା

ଅନାମିକା ଫୁଲଗୁଡିକ

ମୁହୂର୍ତ୍ତକ ପାଇଁ

ପୀରତି ନଈର ବଢି ପାଣିରେ

ଭାସିଯାନ୍ତି।


ଅନାବରଣ ଚିଠି ଲେଖିଥିବା

ଫର୍ଦ୍ଧେ କାଗଜ ଟେବୁଲ ଉପରେ

ଫର ଫର ହେଇ ଉଡୁଥାଏ।

ଡିଡି ଓଡ଼ିଆ ଚେନାଲରେ

ଖୋକା ଭାଇର ସେ ପ୍ରେମ

ପ୍ରଣୟ ଗୀତ

ସିଏ ମୋ ପ୍ରିୟାର ଗାଁ

ଝଲକ ନେଇ ସ୍ମୃତିର ସହରରେ

ଶୀତ ଶିହରଣ ସୃଷ୍ଟି କରିଥିଲା ବେଳେ

ଧରଣୀ ବୁକୁରେ ଓହ୍ଲେଇ ଆସନ୍ତି

ଆଧୁନିକ ସିଡ଼ି ପାରି

ଶହ ଶହ ଲମ୍ପଟ ଗଣ।


ଅନାମିକା ଫୁଲର ସମୀକ୍ଷା କରିବାକୁ

ପାହାଡ଼ ତଳୁ କ୍ରମଶଃ ଉପରକୁ

ଆହୁରି ଉପରକୁ ଅସରନ୍ତି ଆଶାରେ

ଆଲୋକ ନେଇ ପ୍ରକଟ ହୁଅନ୍ତି ରବି।


ଏମିତି ଦିନ ପରେ ଦିନ

ରାତିପରେ ରାତି ଗଡିଚାଲେ

ଅୟସର ଆଶା ଦେଖେଇ

ଶେଷରେ ଅନାମିକା ଫୁଲକୁ

ମଶାଣି ପର୍ଯ୍ୟନ୍ତ ଘୋଷାଡ଼ି

ଆଣନ୍ତି ବିଦାୟ ବେଳାରେ।


ଏଇ ବୋଧେ ଆମ ଚକ୍ ମକ୍

ସମାଜର ନୀଳ ଜହ୍ନରାତି

କେତେଦିନ ଏମିତି ଅହରହ

ଶିକାର ହୋଇ ଚାଲିଥିବ ଲୁଣ୍ଠନ, ବଳାତ୍କାର,

ଫର୍ଚ୍ଚା ଆଲୁଅରେ 

ଆଉ କେତେଦିନ ?



Rate this content
Log in