STORYMIRROR

Pradeep Bandha

Others

3  

Pradeep Bandha

Others

ଭାବନା

ଭାବନା

1 min
175


ଏବେ କାଣିଚାଏ ସୁଖ ନାହିଁ

କେଉଁ ଆଗରୁ ଥିଲା ଯେ ?

ରହିବ,


ମୋ ଭିତରେ 

ଅ'ଧରାତିର ଅନ୍ଧାର

ସ୍ୱପ୍ନ ଦେଖିବାକୁ ଟିକେବି

ଫର୍ଚ୍ଚା ଜାଗା କାହିଁ ?


ଯଦି ସାଉଁଟି ପାରନ୍ତି

ଆଲୋକର ମଞ୍ଜି

ଆଉ ବୋଧେ 

ପରାଗର ବିଭୋର ପଣରେ

ହଜିବାକୁ ପଡ଼ନ୍ତାନି,ଆଗଭଳି


ଶୁନ୍ୟତାର ଆଙ୍ଗୁଠି ଫାଙ୍କରେ

ନହକା ଡାଳ ପାରି ହୋଇ

ମୁଠେଇ ଆଣନ୍ତି

ସ୍ୱପ୍ନର ସେ ଅସରାଏ

ଜହ୍ନ ମାମୁର ଗୀତ ପଦକ


ଗହମ ଖରାରେ ଦିହକୁ

ସତେଜ କରି

ପୁଣି ଫେରିଯା'ନ୍ତି

ନଈଘାଟ ଆଡକୁ


ଯେଉଁଠି କଙ୍କିମାନେ

ଚହଟା ମନ ନେଇ

ଫୁଲ ମାନଙ୍କ ମନ ଉପାବନେ

ଘର ତୋଳାନ୍ତି


ଯେଉଁଠି ପାଣିକାଚ ଆଉ

ଘୁଙ୍ଗୁର ପିନ୍ଧି ନାଚୁଥା'ନ୍ତି

ଦେଵଦାସୀ


ଯେଉଁଠି ପଥର ସନ୍ଧିରୁ

କୁହୁଡିକୁ ମାପି ମାପି

ମୃଦ୍ୟୁ ଚୁମ୍ବନ ଆଶାରେ

ଅଣ୍ଟା ସଳଖି ମଥା ଟେକେ

ସୂର୍ଯ୍ୟ


ଏଇ ଇଚ୍ଛାମୟ

ସଂସାର ଛାଡି

ସଳିତା ହୋଇ ଜଳିବାକୁ

ଦ୍ୱୀପର ଦ୍ୱାର ଦେଶରେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍