STORYMIRROR

Pradeep Bandha

Others

3  

Pradeep Bandha

Others

ଆଜିବି ଝୁରୁଛି,,,,।।

ଆଜିବି ଝୁରୁଛି,,,,।।

1 min
318


ଆଜିବି ଝୁରୁଛି....॥ଠିକ୍ ତୁମ ପରି.॥


ଏମିତି ବି ଦିନେ ମମତା ସାଥିରେ

ଖେଳୁଥିଲି ଲୁଚକାଳି

ଆମ ଦୁହିଙ୍କର ସମ୍ପର୍କ କୁ ଦେଖି

ଘରେ କରୁଥିଲେ ଗାଳି.....॥

ରଫ ନୋଟ୍ ଭାବି ଚିରି ଦେଉଥିଲି

ହାତ ଲେଖା ଚିଠି ତାର

ପୃଷ୍ଠା ପୃଷ୍ଠା ତାର ରକ୍ତ ବୋଳା ଚିଠି

ମୋତେ କରିବନି ପର.......॥

କୁନି କୁନି ହାତେ କେତେ ଯେ ସେ ମୋତେ

ଗେହ୍ଲେଇ ଚିମୁଟି ଦିଏ

ସବୁ ଜାଣି ଜାଣି ମିଛ ଅଭିମାନେ

କେତେ ତାକୁ ମାରୁଥାଏ......॥

ତା ଆଖିରେ କେବେ ଲୁହ ଦେଖିଦେଲେ

ଓଠ ମୋର ଶୁଖି ଯାଏ

ନିରବ ପଣରେ କୋଳକୁ ଆଉଜି

କେତେ ଦୁଃଖ ସୁଖ ହୁଏ......॥

ଆଖିକୁ ରଗଡି ନାଲି କରିଦେଇ

ଗୁମ୍ ମାରି ବସିଯାଏ

ମୋ ଶୁଖିଲା ମୁହଁ ଦେଖି ତାର ଆଖି

ଲୁହରେ ଝଲସୁ ଥାଏ.......॥

କେତେ ନିରିମାଖି ମୋ ପ୍ରିୟା ମମତା

ପ୍ରତାରଣା ଶିଖିନାହିଁ

ପ୍ରେମର ପହିଲି ବସନ୍ତର ଗୀତି

ଗାଉଥିଲା ମୋ ପାଇଁ......॥

ଗୋଟି ଗୋଟି କରି ସାଇତି ରଖିଛି

ସ୍ମୃତି କରି ହୃଦୟରେ

ଭାବିନାହିଁ କେବେ ଅଲୋଡା ସେ ସ୍ମୃତି

ଆଜି ବି ମୁଁ ତାକୁ ଝୁରେ.....॥


ପ୍ରଦୀପ ବନ୍ଧ.

ବାସୁଦେବପୁର.ଭଦ୍ରକ.

ଫୋନ୍ __୮୦୭୨୭୮୩୨୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍