STORYMIRROR

Pradeep Bandha

Inspirational

3  

Pradeep Bandha

Inspirational

ନୂତନ ଆଶା

ନୂତନ ଆଶା

1 min
461


ଏ ସମାଜ ହାଟରେ

ଆସନ୍ତା କାଲିର ବଜାର ଭାରି ଭିଡ

ଅଗଣନ ପାଦ ଶବ୍ଦରେ

ଝୁଡି ଝୁଡି ସୁଖ ସମୃଦ୍ଧି ନେଇ

ପେନ୍ଥା ପେନ୍ଥା ସୁନାମକୁ ରୁଣ୍ଡେଇ

ଭାର କରି ଚାଲିଛି

ଗମ୍ ଗମ୍ ଝାଳ ବୁହାଇ ।

ନରମା ପାଦର ଚାଲିରେ

ଶେଷ ଠିକଣା ଆହୁରି ଦୁରେଇ

ଯାଉଛି

ଏବେ ବି ପାଇନି ଶେଷ ଠିକଣା

ସମସ୍ତେ ନାରାଜ

ତାକୁ ବତେଇ ନାହାନ୍ତି

ଅବହେଳିତ ଭାବେ ନିଜକୁ

ପ୍ରଶ୍ନ କରେ

ସହସ୍ର ପାଦ ଚିହ୍ନରେ ସେ ଖୋଜେ

ରୁନ୍ଧି ହେଇଥିବା ଅନ୍ଧାରରେ

ଆଲୋକର ଠିକଣା

ସହଜରେ ଆଗକୁ ଆଗକୁ ମାଡିଯିବାକୁ କାହାରି ସାହାରା

ପାଇନାହିଁ

ଅନେକ ପାଦ ଚିହ୍ନ ମିଳେଇ ଯାଇଛି

ପବନର ଧୂଳି କଣାରେ ତ

କିଛି ବର୍ଷା ପାଣିରେ

ଅଧା ବାଟରେ ଭୁଲି ଯାଇଛି

ଠିକଣା

ଜଙ୍ଗଲର ମଧ୍ୟ ଭାଗରେ

ଅନ୍ଧାରର ଭୟ ତାକୁ

ଆହୁରି ଗ୍ରାସ କରୁଛି

ସେ କିନ୍ତୁ ଏବେ ବି

ଉଦ୍ୟମ ରତ।

ନୂଆ ଡେଣା ଲଗେଇ ଉଡିବାର ଉତ୍ସାହ ତାକୁ ଆଗେଇ ନେଉଛି

ପଥ ପ୍ରଦର୍ଶକ ସାଜି

ଗଛ ଡାଳର ପତ୍ର ବି

ଭୋକ ଶୋଷର ଆତ୍ମୀୟତାକୁ

ଶିରିଶିରି ପବନରେ ଭରିଦେଉଛନ୍ତି

ଶରାହତ ଚଢ଼େଇମାନେ

ତାକୁ ଆହୁରି ସାହସର ଖୋରାକ

ଯୋଗେଇ ଗୀତ ଗାଉଛନ୍ତି ।

ଅପାରଗ ପଣିଆ ତାକୁ

ଅନବରତ ବିଶ୍ଵାସର ଭାର ବୁହାଇ

ଆଗକୁ ବଢିବାର ଶକ୍ତି ପ୍ରଦାନ କରୁଛି

ହେଲେ ଆଗକୁ କେଉଁଠି ଝୁଣ୍ଟି

ପଡିବନିତ

ଅନ୍ଧାରରେ ହଜିଯିବନିତ

ଆଶା କେବେ ତାର

ନିରାଶାରେ ପରିଣତ ହେବନି ତ

ନୂତନ ସକାଳର

ସଉଦା କରିବାରେ ।।


ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର

ରାଜଘରପୋଖରୀ, ସାନମଛୁଆଘାଇ

ମୋ--୮୦୭୨୭୮୩୨୨୦,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational