Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

3  

Lata Behera

Abstract

*ମଧୁ ବର୍ଣ୍ଣବୋଧ କବିତା ମାଳା**କବିତା ଶୀର୍ଷକ :-*🌹 *ବ

*ମଧୁ ବର୍ଣ୍ଣବୋଧ କବିତା ମାଳା**କବିତା ଶୀର୍ଷକ :-*🌹 *ବ

1 min
5



ବିଦ୍ୟାଟି ଅଟଇ ମହାଧନ ପିଲେ

ସାର୍ଥକ କରେ ଜୀବନ

ମନ ଧ୍ୟାନ ଦେଇ ପଢ ହେ ବାଳକେ

କର ତାକୁ ଉପାର୍ଜନ ।


ଶୈଶବ କାଳରୁ କର ଆହରଣ

ଭଲରେ କର ଅର୍ଜନ

ବର୍ଣ୍ଣବୋଧ ହେଲେ ସବୁ ବହି ପିଲେ

ହେବ ଲିଖନ ପଠନ ।


ପଢିବା ବୟସ ଅତିକ୍ରାନ୍ତ ହେଲେ

ନିଜେ ହେବ ହୀନିମାନ 

ନ ହେଲେ ବି ପାଠ ମନ ଦୁଃଖେ କେହି

କର ନାହିଁ ଅଭିମାନ ।


ଅଭ୍ୟାସ କରିଲେ ଆଗ୍ରହ ରଖିଲେ

ମିଳି ଯିବ ବରଦାନ

ପ୍ରଭୁ ଶ୍ରୀଗଣେଶ ମାତା ସରସ୍ବତୀ 

କରିବେ ବିଦ୍ୟା ପ୍ରଦାନ ।


ଅଭ୍ୟାସ ବଳରେ ଜଳର ମଧ୍ୟରେ 

ସନ୍ତରଣ କରେ ମୀନ

ଅନଭ୍ୟାସ ଯୋଗୁଁ ଶକ୍ତିଶାଳୀ ହସ୍ତୀ

ଲୁହ ଗଡାଏ ନୟନ ।


ସେମିତି ଆଖିରେ ଲୁହକୁ ଆଣନା

ପଢ ଦେଇ ପାଠ ମନ

ଦେଖିବ ଯେ ପିଲେ ଧୀରେ ଧୀରେ ଯଶ

ଖ୍ୟାତି ହୋଇବ ଅର୍ଜନ ।


ଅକ୍ଷର ଶିଖିବ ବହି କୁ ପଢିବ

କରିବ ତାକୁ ଲିଖନ

ଆଗ ଆଗ ସିନା କଷ୍ଟକୁ ଲାଗିବ

ପରେ କହୁଥିବ ଧନ୍ୟ ।


ନିଜ ଦେଶେ ରାଜା ପୂଜା ପାଇଥାଏ 

ବିଦ୍ୟା ପାଏ ସର୍ବସ୍ଥାନ

ହେଳା କର ନାହିଁ ବିଦ୍ୟା ପିଲେମାନେ

ବିଦ୍ୟାଟି ଅଟେ ମହାନ ।


ଧନ ଦଉଲତ ଯାହା ପାଖେ ଥିବ

ନେଇ ଯିବେ ପରିଜନ

ନେଇ ପାରିବେନି ଏଇ ବିଦ୍ୟା କେହି

ବିଦ୍ୟା ତ ମହାନ ଧନ ।



Rate this content
Log in

Similar oriya poem from Abstract