STORYMIRROR

PRAKASHCHANDRA PANIGRAHI

Romance

3  

PRAKASHCHANDRA PANIGRAHI

Romance

ମାୟାବିନୀ

ମାୟାବିନୀ

1 min
13.4K


ପ୍ରିୟା ଆଗମନେ ଏଇ ମୋ ଜୀବନେ

   ଭରିଅଛି ମିଠା ସପନ

ଯେହ୍ନେ ନୀଳ କଇଁ କୁମଦକୁ ଚାହିଁ

   ବିତାଉ ଅଛି ତା' ଜୀବନ ।।

ଦେଖିଲି ଯେଦିନୁ ତା' ସୁନ୍ଦର ତନୁ

  ହରେଇ ଦେଇଛି ଏ ମନ

ରାତି ସରିଯାଏ ଚାନ୍ଦ ଲୁଚିଯାଏ

  ସରେ ନାହିଁ ମୋର ସପନ ।।

ତା'ର ଘନ କେଶ ସାଜି ନାଗ ଫାଶ

   ଲାଗି ରହିଛି ମୋ ଗଳାରେ

ମୋ ମନ ହାରିଲି କଲବଲ ହେଲି

   କେଉଁ ସେ ଅଶୁଭ ବେଳାରେ ।।

ତା' ଆଖିର କଳା ଲୋକ ହସା କଲା

    ଜିଇଁବା ହେଉଛି କଠିନ 

ନିତି ଝୁରି ମରେ କାହିଁ ତା' ପ୍ରେମରେ

    ପଡ଼ିଗଲି ସତେ ସେଦିନ ।।

କେଡ଼େ କୁହୁକିନି ତା'ର ସେ ଚାହାଣୀ

   କିମିଆଁ କରିଲା ମୋତେ

ପ୍ରିୟା ଗଲା ପରେ ଏବେ ବି ମୁଁ ଝୁରେ

 (ସେ)ବଡ଼ ମାୟାବିନୀ ସତେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance