STORYMIRROR

PRAKASHCHANDRA PANIGRAHI

Others

3  

PRAKASHCHANDRA PANIGRAHI

Others

ସୀତା ଅନ୍ୱେଷଣ

ସୀତା ଅନ୍ୱେଷଣ

1 min
13.5K


(ମନ୍ତ୍ରୀ ମୁଖୁଁ ଶୁଣି ବୃତ୍ତେ...)

ସୀତୟା ବିହୁନେ  ବୁଲନ୍ତି କାନନେ

  ପାଗଳ ପ୍ରାୟେ ବେନି ଭାଇ

ପ୍ରାଣ ପ୍ରିୟା ବାର୍ତ୍ତା ଜାଣିବା ନିମନ୍ତେ

   ପଚାରନ୍ତି ବୃକ୍ଷଙ୍କୁ ଚାହିଁ 

ବାଟେ ପର୍ବତେ

    ଭ୍ରମେ ପଚାରନ୍ତି ବୈଦେହୀ

ଦେଖିଛ କି କେହି  କୁହ ଦୟାବହି

   କେଣେ ଗଲେ ମୋ ପ୍ରିୟ ସହୀ ।।

କୁହ ଫୁଲ ଫଳ  ଭ୍ରମର କୋକିଳ

  କେଣେ ଅଛି ମୋ ପ୍ରାଣଧନ

ବୁଲନ୍ତେ ଅରଣ୍ୟେ ଶୁଣିଲେ ସେ କର୍ଣ୍ଣେ

    ଦୂରରୁ ଶୁଭୁଛି ରୋଦନ 

ଯାଇ ଦେଖିଲେ

    ଜଟାୟୁ ପକ୍ଷୀର କଷଣ

ପରିଚୟ ପାଇ  କୋଳେ ତୋଳି ନେଇ

   ଦେଲେ ବୈକୁଣ୍ଠପୁରେ ସ୍ଥାନ ।।

କରି ତା' ସତ୍କାର   ହେଲେ ଅଗ୍ରସର

    ଅରଣ୍ୟ ମଧ୍ୟେ ରଘୁବୀର

 ସଙ୍ଗତେ ଲକ୍ଷ୍ମଣ   କରନ୍ତି ଗମନ

    ପାଇ ମାତାଙ୍କର ଖବର

ପୁଷ୍ପ ବିମାନେ

    ଘେନି ଯାଇଛି ଦଶଶୀର

ବାଳି ମାରି ଛଳେ  ସୁବଳର ଚୂଳେ

    ବିରାଜି ରଚିଲେ କୁଟୀର ।।

ପାଇଣ ସନ୍ଦେଶ ଲଙ୍କାର ନରେଶ

   ବସିଲା ପୁଷ୍ପକ ଯାନରେ

ଶୂନ୍ୟେରଖି ରଥ  ଦେଖି ଆଚମ୍ବିତ

   ରାମଙ୍କୁ  ସୁବଳଗିରି ରେ

ପାଶେ ଲକ୍ଷ୍ମଣ

   ବସିଛନ୍ତି ସୁଗ୍ରୀ ସଙ୍ଗରେ

ବୀର ହନୁମନ୍ତ ଜାମ୍ବବ ସହିତ

    ବାନର ସେନା ସହିତରେ ।।

*ପ୍ରକାଶ, ଚକାପଦା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍