STORYMIRROR

PRAKASHCHANDRA PANIGRAHI

Others

3  

PRAKASHCHANDRA PANIGRAHI

Others

କାଳୀୟ ଦଳନ

କାଳୀୟ ଦଳନ

1 min
13.2K


କୃଷ୍ଣ ପ୍ରାଣ ନାଶ କରିବା ଆଶେ

    ଗୋପପୁରକୁ କଂସ ଦୂତ ପେଶେ

ଅସୁର ରାଜାର ବାରତା ଘେନି 

   ଦୂତ ଚଳିଲା ଆଦେଶ କୁ ମାନି

ପତ୍ର ପାଇ ନନ୍ଦ ରାଜା ଯେ

  ହୋଇଗଲେ ହରବର ଯେ ।।

କଡା ଆଦେଶ ଥିଲା ମଥୁରାରୁ

   ଲକ୍ଷେ ପଦ୍ମ ଭାର ତୋଳି ହ୍ରଦରୁ

ପ୍ରେରଣ କର ମଥୁରାପୁରୀକୁ 

   ଡକାଇ ସକଳ ରାଜା ମାନଙ୍କୁ

କରିବି ମୁଁ ଧନୁଯାତ୍ରା ଯେ

  ମଥୁରା ହୋଇବ ସଜ୍ଜା ଯେ ।।

ଗୋପପୁରେ ପଡିଗଲା ଚହଳ

  ହ୍ରଦରୁ କେ ଆଣି ଦେଵ କମଳ

ହ୍ରଦେ ବାସକରେ କାଳୀୟ ସର୍ପ

  ଜଳରେ ରହିଛି ବିଷ ପ୍ରକୋପ

ଜାଣି ପାରି ଆଦିମୂଳ ଯେ

   ଚଳିଲେ କାଳନ୍ଦୀ କୂଳ ଯେ ।।

କାଳୀୟ ଗର୍ବକୁ କଲେ ଗଞ୍ଜନ

   ବିକଳେ ପାଦେ ପଶିଲା ଶରଣ

ତ୍ରାହି ମାଂ ତ୍ରାହି ମାଂ ସୁଉଚ୍ଚେ ଡାକି

   ଆନନ୍ଦେ ପଙ୍କଜମୁଖ ଚାହିଁକି

ଚଳିଗଲା ଅନ୍ୟ ଠାବେ ଯେ

   ଦୂର ହେଲା ଗୋପ ଦୁଃଖ ଯେ ।।।

_*ପ୍ରକାଶ, ଚକାପଦା*_


Rate this content
Log in