STORYMIRROR

PRAKASHCHANDRA PANIGRAHI

Others

3  

PRAKASHCHANDRA PANIGRAHI

Others

ଚାପେ ଚ ମଧୁସୂଦନ

ଚାପେ ଚ ମଧୁସୂଦନ

1 min
13.9K


ସାଇତି ରଖିଛି ଏ ଆଖିର ନୀର

 ଧୋଇବି ଚରଣ ତୋର

ଦେଏ ଯେତେ ଦୁଃଖ ଜୀବନରେ ମୋର

 ତୁହି ରେ କଳା ଠାକୁର । (୦)


ଜାଣିଛି ମୁଁ ଜୀବନ ମୋ ଦୁଃଖର ସାଗର

ସହି ପାରୁ ନାହିଁ ନୁହେଁ ମୁଁ କାଠ ପଥର

ତଥାପି ମାଗିବି କାଳିଆରେ ତୋତେ

   ଦେଏ କଷ୍ଟ ଭାଗ୍ୟେ ମୋର

ଦୁଃଖେ ଥିଲେ ସିନା ସକାଳେ ସଞ୍ଜର

   ଚିନ୍ତିବି ତୋ ଶ୍ରୀପୟର ...

ସାଇତି ରଖିଛି ଏ ଆଖିର ନୀର

   ଧୋଇବି ଚରଣ ତୋର । (୧)


କରିବିନି ଅଭିଯୋଗ ତୋ ସିଂହ ଦୁଆରେ

ଲୋକହସା ହେବୁନାହିଁ ତୁହି କାଳିଆରେ

ତୋ ବଡ଼ଦାଣ୍ଡରେ ଗାଇବି ଭଜନ

  ଚାହିଁ ଚାହିଁ ନୀଳ ଚକ୍ର

ହାତେ ଧରିଥିବି ଲାଉ ଥାଳ ସଙ୍ଗେ

 କେନ୍ଦରା ବାଦ୍ୟ ଜନ୍ତର ...

ସାଇତି ରଖିଛି ଏ ଆଖିର ନୀର

 ଧୋଇବି ଚରଣ ତୋର । (୨)


ନରେନ୍ଦ୍ର କୂଳରେ ଯାଇ କାଟିବି ସମୟ

ଆସିବ ଜଗତ ସାଇଁ ଚାପକୁ ନିଶ୍ଚୟ

ଦେଖିବି ନୟନେ ହେ ମଧୁସୂଦନ

କମନୀୟ ରୂପ ତୋର

ଏ ରୂପ ଦେଖିଲେ ହୋଇବ ମୁକତି

ପାପ ଧୋଇ ଯିବ ମୋର...

ସାଇତି ରଖିଛି ଏ ଆଖିର ନୀର

   ଧୋଇବି ଚରଣ ତୋର । (୩)


ହାତ ଗୋଡ ହେବ ଯେବେ ନିଶ୍ଚଳ ନିଷ୍କ୍ରିୟ

ସ୍ୱର୍ଗ ଦ୍ୱାରେ ସ୍ଥାନ ଦେବୁ କଳିଆ ନିଶ୍ଚୟ

ତୁଣ୍ଡରେ ଦେବୁ ତୋ ଦୟଣା ରୁ ଟିକେ

  ପ୍ରାଣ ଗଲା ବେଳେ ମୋର

ରାମ ନାମ ଗାଇ ଭକ୍ତ କାନ୍ଧେ ନେବେ

   ଏତିକି ଇଚ୍ଛା ମାତର ....

ସାଇତି ରଖିଛି ଏ ଆଖିର ନୀର

      ଧୋଇବି ଚରଣ ତୋର । (୪


Rate this content
Log in