STORYMIRROR

PRAKASHCHANDRA PANIGRAHI

Others

3  

PRAKASHCHANDRA PANIGRAHI

Others

ଜୟ ଶ୍ରୀକୃଷ୍ଣ

ଜୟ ଶ୍ରୀକୃଷ୍ଣ

1 min
13.6K


(ମନ୍ତ୍ରୀ ମୁଖୁଁ ଶୁଣି ବୃତ୍ତେ ....)

ସର୍ବ ଗୋପବାଳୀ   ହୋଇ ଏକ ମେଳି

     ମିଳିଲେ କେଳି କୁଞ୍ଜବନେ

ସଜାଇ କୁଞ୍ଜକୁ      ଚାହିଁଲେ ସଞ୍ଜକୁ

     ଚିନ୍ତିଲେ କୃଷ୍ଣ ରୂପ ମନେ

ସର୍ବେ ଦେଖିଲେ ......

     ଶ୍ୟାମସୁନ୍ଦରକୁ ସପନେ 

ବିଚାର କରନ୍ତେ  ଆସିବେ କି ସତେ 

     କଳାକାହ୍ନୁ ଆମ୍ଭ ଜୀବନେ।।

ବାହୁ ବନ୍ଧନରେ   ପାଇ ଆନନ୍ଦରେ

    ଭୁଲିଲେ ବାଧା ବନ୍ଧନକୁ

ମିଳିଲା ଯେସନ   ଅନ୍ଧକୁ ନୟନ

  ଧନ୍ୟ ମଣୁଛନ୍ତି ଭାଗ୍ୟକୁ 

ପାଶେ ପାଇଲେ ......

      କୋଟି କନ୍ଦର୍ପ ଠାକୁରଙ୍କୁ 

କଦମ୍ବବନରେ  ସଖା ସହିତରେ

     ପୁରା କଲେ ମନ ସ୍କାମକୁ ।।

କୁହା କୁହି ହ୍ୱନ୍ତି   ଗୋପର ଯୁବତୀ

   କେଶବ ଥିଲେ ମୋ ସଙ୍ଗରେ

ଇଏ କି ସମ୍ଭବ   ଏକାକୀ କେଶବ

    ଥିଲେ କି ସକଳ କୁଞ୍ଜରେ ?

ବଡ଼ ବିଚିତ୍ର .....

 (ଗୋପୀ)ମନକୁ ମୋହିଲେ ମାୟାରେ 

ପାହାନ୍ତେ ରଜନୀ  ଗୋପର ତରୁଣୀ

     ଫେରିଲେ ନିଜ ନିଜ ପୁରେ ।।

ଭଣେ ମୁଁ ପ୍ରକାଶ  ଆହେ ହୃଷୀକେଷ

    ବାରେ ହର ମୋର ବିପତି

ପଦ ଯୁଗଳକୁ   ନିତି ପୁଜିବାକୁ

    ଦିଅ ମୋ ମନରେ ଶକତି

ତୁମକୁ ଭଜି .....

    ନିଶ୍ଚେ ପାଇବି ମୁଁ ମୁକତି 

ଅନନ୍ତ କୋଟି    ବ୍ରହ୍ମାଣ୍ଡର ଠାକୁର

    ପାଦ ତଳେ କରେ ପ୍ରଣତି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍