STORYMIRROR

PRAKASHCHANDRA PANIGRAHI

Others

2  

PRAKASHCHANDRA PANIGRAHI

Others

ଆସ ହେ ପ୍ରଭୁ

ଆସ ହେ ପ୍ରଭୁ

1 min
13.4K


ସାଇତି ରଖିଛି ଏ ଆଖିର ନୀର

  ଧୋଇବି ଚରଣ ତୋର

ଦେଏ ଯେତେ ଦୁଃଖ ଜୀବନରେ ମୋର

  ତୁହିରେ କଳାଠାକୁର ।।

ଜାଣିଛି ମୁଁ ଜୀବନ ମୋ ଦୁଃଖର ସାଗର

ସହିପାରୁ ନାହିଁ ନୁହେଁ ମୁଁ କାଠପଥର

ତଥାପି ମାଗିବି କାଳିଆ ରେ ତୋତେ 

    ଦେଏ କଷ୍ଟ ଭାଗ୍ୟେ ମୋର

ଦୁଃଖେ ଥିଲେ ସିନା ସଞ୍ଜ ସକାଳରେ

    ଚିନ୍ତିବି ତୋ ଶ୍ରୀପୟର ...

      ଧୋଇବି ଚରଣ ତୋର ।।

କରିବିନି ଅଭିଯୋଗ ତୋ ସିଂହଦୁଆରେ

ଲୋକହସା ହେବୁନାହିଁ ତୁହି କାଳିଆରେ

ତୋ ବଡ଼ ଦାଣ୍ଡରେ ଗାଇବି ଭଜନ

   ଚାହିଁ ଚାହିଁ ନୀଳ ଚକ୍ର

ହାତେ ଧରିଥିବି ଲାଉ ଥାଳ ସଙ୍ଗେ

  କେନ୍ଦେରା ବାଦ୍ୟ ଯନ୍ତର ...

     ଧୋଇବି ଚରଣ ତୋର ।।

ହାତ ଗୋଡ ହେବ ଯେବେ ନିଶ୍ଚଳ ନିଷ୍କ୍ରିୟ

ସ୍ୱର୍ଗ ଦ୍ୱାରେ ସ୍ଥାନ ଦେବୁ କାଳିଆ ନିଶ୍ଚୟ

ତୁଣ୍ଡରେ ଦେବୁ ତୋ ଦୟଣା ରୁ ଟିକେ

   ପ୍ରାଣ ଗଲା ବେଳେ ମୋର

ରାମ ନାମ ଗାଇ ଭକ୍ତ କାନ୍ଧେ ନେବେ

    ଏତିକି ଇଚ୍ଛା ମାତର ....

       ଧୋଇବି ଚରଣ ତୋର ।।

*ପ୍ରକାଶ, ଚକାପଦା*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍