STORYMIRROR

Chinmayee Sahoo

Romance

2  

Chinmayee Sahoo

Romance

ମାଟ୍ରିକ ରେ ହାଟ୍ରିକ୍

ମାଟ୍ରିକ ରେ ହାଟ୍ରିକ୍

1 min
155

ବକଟି ମୁହଁ ଟା ଶୁକୁଟି ଯାଇଛି

ଟୁଇଁ କାନ୍ଦେ କଇଁ କଇଁ

ଶନିଆ ଟା ଭାରି ଛାନିଆ ଲାଗୁଛି

ବୁଲୁ ଚାଲେ ମଥା ନଇଁ


ପଚାରିବୁଝିଲି କିବା ହୋଇ ଅଛି

ମନେ ତୁମ ବହୁ ଦକା

କହିଲେ ସଭିଏଁ ଘଡ଼ି ସନ୍ଧି ବେଳ

ଆମ ଦଶମ ପରୀକ୍ଷା


ଦେଖିଲି ସଭିଏଁ ପରୀକ୍ଷା ଦେଇଣ 

ଫେରୁଛନ୍ତି ଇସ୍କୁଲୁରୁ

ସଭିଏଁ ଫେରନ୍ତି ଡରି ଡରି ହେଲେ

ଭଗିଆ ଟା କୁରୁକୁରୁ


ତା'ସାଙ୍ଗରେ ଆସେ ବତାସିଆ ହେଲେ

ହତାସିଆ ଦିଶେ ଭାରି

ଭଗିଆ ଟା ବୋଧେ ସବୁ ପ୍ରଶ୍ନୋତ୍ତର

ଦେଇଅଛି ଭଲ କରି


ପଚାରିଲି କିରେ ଭଗିଆ ତୋ ମନ

 ଭାରି ଖୁସି କାଇଁ ଆଜି

କହିଲା ଗୁଣ୍ଡୁଚି ଭଲପାଏ ମୋତେ

ହେଇଯାଇଛି ସେ ରାଜି


ସେଥିପାଇଁ ମୋର ମନ ଭାରି ଖୁସି

ତଳେ ତ ଲାଗୁନି ପାଦ

କପି ଟିକେ ଦେଇ ଗୁଣ୍ଡୁଚି କୁ ମୁହିଁ

ଶୁଙ୍ଘେଇ ଦେଇଛି ଗଦ


ରୀତା ଓ ରୁବିନା ପଟି ଯାଇଥିଲେ

ଗୁଣ୍ଡୁଚି ନମ୍ବର ତିନି

ମାଟ୍ରିକ ରେ ମୁଁ ତ ହାଟ୍ରିକ ମାରିଛି 

ତାକ ଧିନା ଧେଇ ଧିନି


ଶୁଣିକି ମୁଁ ହେଲି ତୋବା.

ଶୁଣିକି ମୁଁ ହେଲି ତୋବା

ତା'ବାପା କୁ କହି ଭାବୁଥିଲି ମୁହିଁ

ପୁରସ୍କାର ଗୋଟେ ଦେବା


ଯାଇ ମୁଁ ସକଳ ବୃତ୍ତାନ୍ତ କହିଲି

ଭଗିଆ ବାପାକୁ ଡାକି

କାହିଁକି ତାହାକୁ ପଢଉଛ ପାଠ

ପଟେଇଛି ତିନି ଲଡକି


ବାପା ତା'ର ସତେ ନିଆଁ ହୁଳା ସାଜି

ଦେଲେ ତାକୁ ଦୁଇ ପାହାର

କହିଲା ଏମିତି କରିବିନି ଆଉ

ଛାଡ଼ି ଦିଅ ମୋତେ ଏ ଥର


ପ୍ରକୃତି ବଦଳେ କାହାର

ପ୍ରକୃତି ବଦଳେ କାହାର

ସଞବେଳେ ତାକୁ ନଈ କୁଳେ ମୁଁ ଯେ

ଦେଖିଲି କରୁଛି ପ୍ୟାର


ଏ ସଂସାରଟା ଛାରଖାର

ହେଲା ସଂସାର ଟା ଛାର ଖାର

 ନିଶ ନ ଉଠୁଣୁ ପ୍ରେମିକା ଖୋଜନ୍ତି

କରିବାକୁ ବେଡା ପାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance