STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ମାଟି ଘର

ମାଟି ଘର

1 min
189


ନଡା ଛପର   ମୋ ଚାଳ ଘର

ମାଟିରେ ଗଢା କାନ୍ଥ

ଗୋମୟ ମାଟି  ଲିପା ଚଟାଣ

ସେଇତ ମୋର ସ୍ୱର୍ଗ ।।

ମାଟି କାନ୍ଥରେ   ବୋଉ ର ହାତ

ଅଙ୍କିତ ଝୋଟି ଚିତ୍ର

ବୈକୁଣ୍ଠ ସମ   ଲାଗଇ ମୋତେ

ଲାଗୁଥାଏ ଉସତ ।।


ମାଟି କାନ୍ଥକୁ  ମାଟିରଙ୍ଗରେ

ସଜେଇ ଦିଏ ସଜେ

ଲାଗଇ ତୋରା ମଗୁଶିର ରେ

ମାଣ ମୋ ଘରେ ବସେ ।।

ମାଟି ଘର ମୋ ମାଟିକାନ୍ଥରେ

ଜନମ ଷଠି ଘର

ମାଟି କୋଠିରେ  କଉଡ଼ି ସଜ

ଆହା କେଡେ ରୁଚିର ।।


ଖରା ଦିନରେ  ମୋ ମାଟି ଘର

ଭାରି ଶୀତଳ ଲାଗେ

ଶୀତ ଦିନରେ  ଉଷୁମ ଲାଗେ

ପବନ ଖେଳେ ବାଗେ ।।

ମାଟିଘରେ ମୋ  ସରଗ ସୁଖ

ନୁହେଁ କେ ତା’ର ତୁଲ ଏକ

ତା ଆଗେ ତୁଚ୍ଛ  ରାଜମହଲ

ମାଟି ଘର ମୋ ‌ଭଲ ।।


ଖରାକୁ ତୋରା  ପବନେ‌ଭରା

ତା’ର ତୁଳନା ନାହିଁ

ଚାଳରେ ମାଡେ  ଲାଉ କଖାରୁ

ଗଛେ ସଜନା ଛୁଇଁ ।।

ଅନେକ ଶାନ୍ତି  ମୋ ମାଟିଘରେ

ଅନେକ ସ୍ନେହ ଶ୍ରଦ୍ଧା

ସୁଖ ସରାଗେ  ପ୍ରେମ ପ୍ରୀତି ରେ

ସଭିଏଁ ଏଠି ବନ୍ଧା ।।


ଚଉରା ଟଣା   ମାଟି ଅଗଣା 

ସଞ୍ଜେ ସଞ୍ଜ ସଳିତା

ଜଳାଏ ବୋଉ  ମନାସେ ଶାନ୍ତି

ସୁଖ ସମୃଦ୍ଧି କଥା ।।

ସେଇ ମୋ ମାଟି ଘର,“ଦରୋଟି

କଥା” ମୋ ପିଲା ଦିନ

ସକଳ ସ୍ମୃତି   ହୋଇ ସାଇତି

ରହିବ ସବୁଦିନ ।।


     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics