STORYMIRROR

Amulya Kumar Nayak

Tragedy

3  

Amulya Kumar Nayak

Tragedy

ମାନୁନୀ କରୋନା

ମାନୁନୀ କରୋନା

1 min
193


କରୋନା ମାନୁନୀ ଜାତି ପ୍ରେମ ବହ୍ନି

     ମାନୁନାହିଁ କଳାଗୋରା

କରୋନା ମାନୁନୀ ଧନୀ କି ଗରିବ

    ପାଦଚଲା,ଘୋଡାଚଢା (୧)

କରୋନା ମାନୁନୀ ଜ୍ଞାନୀ କି ବିଜ୍ଞାନୀ

    ଅବା ତୁଙ୍ଗ ରାଜନେତା

କରୋନା ମାନୁନୀ ଦେଶୀ କି ବିଦେଶୀ

    ଯେତେ ବଡ ଅଭିନେତା (୨)

କରୋନା ମାନୁନୀ ଖରା କି ବରଷା

    ଶୀତ,ବସନ୍ତର ବାର୍ତ୍ତା

କରୋନା ମାନୁନୀ କଞ୍ଚା କି ପାଚିଲା

    ଯୌବନ ବୟସ ବ୍ଯଥା (୩)

କରୋନା ମାନୁନୀ ଭଜନ କୀର୍ତ୍ତନ

   ଯେତେ ନେଲେ ହରିନାମ

କରୋନା ମାନୁନୀ କୋର୍ଟ କଚେରୀ

   ପାପ ଅବା ପୂଣ୍ଯଧାମ (୪)

କରୋନା ମାନୁନୀ ଏନ୍ତୁଡି ଶାଳ କି

    ଜଳୁଥିବା ଯୁଇ ଚିତା

କରୋନା ମାନୁନୀ ଚାଷି ଅବା ଋଷି

    ଭାଗବତ ପୁଣି ଗୀତା (୫)

କରୋନା ମାନୁନୀ 'ହୁ' ର ବାରତା

    ଅବା ଜାତିସଂଘ କଥା

କରୋନା ମାନୁନୀ କିଏ ପରାଧୀନ

 (କିଏ) ପାଇଛି ବା ସ୍ବାଧିନତା(୬)

କରୋନା ମାନୁଛି ସମଦୂରତାକୁ

   ମୁହେଁ ପିନ୍ଧିଥିଲେ ତୁଣ୍ଡି

କରୋନା ମାନୁଛି ସାନିଟାଇଜର

   ଥିଲେ ତୁମେ ଗୃହବନ୍ଦୀ(୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy