STORYMIRROR

Sisir Panda

Inspirational

2  

Sisir Panda

Inspirational

ମାନବ

ମାନବ

1 min
186



କୃତଘ୍ନ ଜନଙ୍କୁ ଦୂରୁ ଜୁହାର

କାମ ଥିଲା ବେଳେ ବଡ଼ ମଧୁର

କାମ ସରିଗଲେ ଦେବେ ପ୍ରହାର

ଏପରି ବ୍ୟକ୍ତିକୁ ନଦିଅ ଦ୍ବାର।

ଅଛନ୍ତି ଏମିତି ମଣିଷ ଥୋକେ

ନିଜକୁ ଭାବନ୍ତି ସର୍ବଦା ଠିକ

କର୍ତ୍ତବ୍ୟ କରମେ କରନ୍ତି ହେଳା

ଜ୍ଞାନୀ ଜନ ପାଶେ ସାଜନ୍ତି ମୁକ।

ଆତ୍ମୀୟ ଭାବି ପ୍ରେମ ବିତରିଲେ

ଭାବନ୍ତି ସେ ଆମର ଦୁର୍ବଳତା

ଯାହାର ସାହାଯ୍ୟେ ପ୍ରତିପାଳିତ

ତାକୁ ହିଁ ଦିଅନ୍ତି ଅନେକ ବ୍ୟଥା।

ଭାଳି ଏଭଳି ବ୍ୟକ୍ତିଙ୍କର କଥା

କି ଦଣ୍ଡ ଅଛି ଏମାନଙ୍କ ପାଇଁ

କର୍ମଫଳ କେବେ ନଯିବ ବୃଥା

ଭୋଗାଭୋଗ ନିଶ୍ଚେ ଦେଖିବ ସାଇଁ।


ଶିଶିର,କଟକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational