Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Classics

4.0  

ଓଡ଼ିଆ ଗଳ୍ପ ଓ କବିତା - ୩

Classics

ମାମୁଁ ଘର ଗାଁ

ମାମୁଁ ଘର ଗାଁ

1 min
6.9K


ଲିଙ୍ଗରାଜ ନାହାକ


ମହୁରୀଗଡ଼ପାଇକ ଗାଁ

ତିନିପଟେ ପାହାଡ଼ ଘେରା

ଅଙ୍କାବଙ୍କା ମାଟି ରାସ୍ତା

ମୋହଡ଼ା ତା’ର ନାଁ

ମାମୁଁଘର ଗାଁ l

ତା’ ମାଟି ଆଉ ପାଣିପବନ

ପୋଖରୀ ବିଲ ଗଛ ବନ

ଗାଁ ମୁଣ୍ଡରେ ଶିବ ମନ୍ଦିର

ଜଗତେଶ୍ଵର ତା’ ନାଁ

ମାମୁଁଘର ଗାଁ l

ସେଇଟି ମୋର ଜନମ ସ୍ଥଳ

ସେଇଟି ମୋର ଏନ୍ତୁଡିଶାଳ

ଗାଁ ଚାଟଶାଳୀ ପାଠପଢା

ଅତି ପ୍ରିୟ ମୋ ଆଇ ମା’

ମାମୁଁଘର ଗାଁ l

ବୋହୁ ଚୋରୀ କବାଡ଼ି ଖେଳ

ଆମ୍ବତୋଳା ମକା ଖିଆ

ମୁଣ୍ଡନ ହେଉ ଇଷ୍ଟ ଦେବୀରେ

ଭୈରବୀ ତା’ର ନାଁ

ମାମୁଁଘର ଗାଁ l

ସେବର ମାମୁଁ ଏବର ନୁହେଁ

ସେ ଦିନ ମାମୁଁ ଏମିତି ନାହିଁ

କେତେ ଗେଲବସର ମୁହିଁ

ସଭିଙ୍କ ପ୍ରିୟ ମୋ ନାଁ

ମାମୁଁଘର ଗାଁ l

ଜାନି ଯାତରା ଶିବରାତ୍ରୀ

ସବୁ ନାଟକାର ମୁଁ ନାୟକ

ଅଭିନୟରେ ସବୁଙ୍କୁ ମୋହେ

କଳାକାର ଯା’ ନାଁ

ମାମୁଁଘର ଗାଁ l

ସେଠାରୁ ଗଲି ପାଠ ପଢିଲି

ଚାକିରୀ କଲି ବାହା ମୁଁ ହେଲି

ତିନି ଦଶନ୍ଧି ଗଲାଣି ବିତି

ଭୁଲି ହୁଏନି ସେ ନାଁ

ମାମୁଁଘର ଗାଁ l

ସାଊଁଟି ନେଲେ ସେ ସବୁ କଥା

କବିତା ଲେଖି ହେଲି ମୁଁ କବି

ନାଟକ ଲେଖି ଅରଜିଲି ମୁଁ

ସୁନାମ ଆଉ ନାଁ.....

ମାମୁଁଘର ଗାଁ ...l


Rate this content
Log in

Similar oriya poem from Classics