STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ମାଳିସାହି

ମାଳିସାହି

1 min
12.1K

ମଲ୍ଲି ଫୁଲ ମହକିଲେ

                 ମଉଳା ସଞ୍ଜରେ

ମଥା ପିଟେ ମାଳି ସାହି

                 ମହୁଲି ନିଶାରେ ॥

ମାୟାବିନୀ ମରିଚିକା

                 ମିଛେ ହାତ ଠାରେ

ମେଘ ନାହିଁ ମଉଷୁମୀ

                 ମମତାକୁ ଝୁରେ !

ନିଜକୁ କିଏସେ ନିଜେ

                   ହଜେଇ ନିଇତି

ଖୋଜଇ ନିଜକୁ ଏଠି

                    ଆସେ ଯେବେ ରାତି॥

ହଜାଇ ନଜର ତାର

                  ନିଜକୁ ପଚାରେ

ନିଜକୁ କାହିଁକି ନିଜେ

                  ଏତେ ଘୃଣା କରେ?

                 ମଉଳାସଞ୍ଜରେ॥

ପଲକ ପାଇଁକି ଏଠି

                ଭାବର ସଉଦା

ଠିକଣା ଖୋଜିଲେ ଏଠି

               ଆଖି ହେବ ଓଦା॥

ଛାତିଟା ପଥର ଏଠି

                 ଆଖିଟା ସନ୍ଦେହୀ

ଲାଜକୁଳି ଲତା ଏଠି

                 ଲୁଚେନି ଲାଜରେ

               ମଉଳା ସଞ୍ଜରେ.......॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance