STORYMIRROR

Chittaranjan Lenka

Inspirational Abstract

2  

Chittaranjan Lenka

Inspirational Abstract

ମାଆର ଶକତି

ମାଆର ଶକତି

1 min
13.3K


ଗ୍ରହ ରିଷ୍ଟ ହେଉ କିମ୍ବା ବାସ୍ତୁଦୋଷ

ଶୁଭ ହୁଏ ପ୍ରତିକାରେ

ଅଭିଶାପ ଯଦି ପଡିଲା ଉପରେ

ଭାରି କଷ୍ଟ ଖସିବାରେ

ଯେତେ ବଡ ଅଭିଶାପ ହୋଇଥାଉ

ଦେଉ ସେ ଯେତେ ଯାତନା

ମାଆର ଶକତି କାଟିଦେଇପାରେ

ଯାହାକୁ କେହି ପାରେନା

ଅଭିଶାପ କେବେ ଦିଏ ନାହିଁ ମାଆ

ପାଉ ପଛେ ଯେତେ କଷ୍ଟ

ହେଲେ ତାର ଲୁହ ଅଭିଶାପ ହୋଇ

ଟାଣି ଆଣଇ ସଙ୍କଟ

ମାତୃଭକ୍ତି ଶକ୍ତି ସେ ଏକା ଜାଣିଛି

ଯିଏ କରେ ସ୍ଵଚ୍ଛ ମନେ

ଯିଏ ଜାଣିନାହିଁ ହସି ଦେବ ସିନା

କାନ୍ଦିବ ନିଶ୍ଚେ ସେ ଦିନେ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational