STORYMIRROR

Sarojini Jena

Tragedy Inspirational

4  

Sarojini Jena

Tragedy Inspirational

ମାଆ

ମାଆ

1 min
306


ମାଆ ଅଟେ ଏକ ଅମୃତ ଝରଣା 

ଗଭୀର ସେ ପାରାବାର,

ତା ସ୍ନେହ ମମତା କଳିତ ହୁଏନା

ତା ହୃଦୟୁ ଆଶିଷ ଝରେ ବାରମ୍ବାର।


ମାଆର କଳ୍ପନା ମାଆର ଭାବନା

ମା ପରି କିଏ ହେବ,

ବିଶାଳ ହୃଦୟ ଉଦାର ମନ ତା

କିଏ ବା ମାପି ପାରିବ।


ଏ ମଣିଷ ଜାତି ମନୁଷ୍ୟତା ତେଜି

ବୁଝେ ନାହିଁ ମାଆର ମୂଲ,

ସେଇ ମାଆ ଦିନେ ଦୁଃଖ ଆପଣେଇ

ସଦା ହୁଅଇ ନିଆଁର ଝୁଲ।


ଦୁନିଆଁ ଦାଣ୍ଡରେ ମା ହୋଇଛି

 ଆଜି ସବୁଠୁ ଅସହାୟ,

ଜନମ ଦେଇ ସେ ଅନେକ ସନ୍ତାନ

ପଥେ ମାଗେ ତାର ପରିଚୟ।


ମୋହ ମାୟା ଲୋଭେ ଅନ୍ଧ ହୋଇ ପିଲେ

ବୁଝେ ନି ମାଆର ହୃଦୟ,

କେତେ କଷଣ ସହି ସହି ପୁଣି

ଉପହାରେ ପାଏ ଅସରନ୍ତି ଆଖି ଲୁହ।


ରୁଚେ ନା ଖାଦ୍ୟ ତାହାର ଉଦରେ

ଛୁଆ ଯଦି ଉପାସ ଥାଏ,

ଆଜି ସେହି ପିଲା ବଡ଼ ହୋଇ ପୁଣି

ଦୁଆରେ ହାଟ ବସାଏ।


ଜନମ ଦେଇ ଅନେକ ଛୁଆ

ଗୋଟିକର ସେ ନୁହଁ,

ପେଟ ତାହାର ଅପୋଷା ରହେ

କେହି ନ ଚାହାଁନ୍ତି ତା ମୁହଁ।


ଭୋକିଲା ପେଟ ଆଖି କୋରଡ଼େ

ଲୁହ ତା ଗଡି ପଡେ,

ଝିଅ ଯଦି ଥାଏ ତାହାର

ତା ଗୁଣ ଗାଇ ଖୁସିରେ ଟିକେ ଗଡେ।


କେତେ ପୁଣ୍ୟ ଓଷା ପୁଣି

ମାଆଟି କରିଥାଏ,

ନ ଲାଗୁ କଣ୍ଟା ନ ଲାଗୁ ଦୃଷ୍ଟି

ନିଇତି ଦୀପ ଜାଳେ।


ତା ପାଇଁ ଆଜି ଦୀପ ଜାଳିବାକୁ

ନାହିଁ ତ କେହି ପାଶେ,

ସାହି ପଡିଶା ସାଥୀଙ୍କ ମେଳେ

ଭିତରୁ କାନ୍ଦି ଉପରୁ ସିଏ ହସେ।


ତଥାପି ମରଣ ଲଭିବା ଯାଏଁ

ସୁଖ ସିଏ ମନାସେ,

ପିଲାଏ ତାର ଭଲରେ ଥାନ୍ତୁ

ନିନ୍ଦେ ତା ଭାଗ୍ୟ ଉପହାସେ।


ସମୟ ଦିନେ ଓଲଟି ଯିବ

ବୁଝୁନି ଯିଏ ଦୁଃଖ,

ଏପରି ଦିନ ଆସିବ ପାଶେ

ପୁଅ ନ ଚାହିଁବ ତା ମୁଖ।


ସେଦିନକୁ ଅପେକ୍ଷା ପୁଣି

ମଣିଷ କରିବତ,

ଭାଗ୍ୟ ଆଦରି ପଡିବ ସିନା

ନ ଥିବ କିଛି ପଥ।ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy