STORYMIRROR

Aishwarya Mishra

Inspirational

4  

Aishwarya Mishra

Inspirational

ମାଆ

ମାଆ

1 min
172


ମାଆ !

ତୁମେ ସୃଜନର କେନ୍ଦ୍ରବିନ୍ଦୁ

ମମତାମୟୀ କରୁଣାବିନ୍ଦୁ

ତୁମେ ବାତ୍ସଲ୍ୟର ଅମ୍ଲାନ ଶିଳାଲେଖ ,

ତୁମେ କାନ୍ତ କମନୀୟ

ଶାନ୍ତ ନମନୀୟ

ପ୍ରକୃତିରାଣୀର ପ୍ରତିରୂପ ,


ତୁମେ ହିଁ ଶିବା

ଶିବଙ୍କ ଶକ୍ତି,

ଭକ୍ତ ମନର ଭକ୍ତି ,

ଶବ୍ଦରେ ଶବ୍ଦରେ ଅଟ ତୁମେ ଅନୁପମା 

ମହାଲକ୍ଷ୍ମୀଙ୍କ ସ୍ଵରୂପେ ସାକ୍ଷାତ ଅନ୍ନପୂର୍ଣ୍ଣା ,


ତୁମେ ସର୍ବଂସହା ଧରିତ୍ରୀ ,

ହୃଦୟ ତୁମ ,

ଆକାଶଠାରୁ ବିଶାଳ

ଇନ୍ଦ୍ରଧନୁଠାରୁ ଛବିଳ,

ତୁମ ଜ୍ଞାନପ୍ରଦାୟୀ ମାଆ ଶାରଦା

ବିପଦେ ସମୟେ ତୁମ୍ଭେ ସୁଖପ୍ରଦା ,


ତୁମେ ଜ୍ଞାନର ଗଙ୍ଗା 

ସମସ୍ତ ବେଦ ଉପନିଷଦର ସାରମର୍ମ ,

ତୁମେ ହିଁ ପରଂପରା 

ତୁମେ ହିଁ ସଂସ୍କୃତି ,

ତୁମେ ହିଁ ନିତ୍ୟ ପ୍ରବହମାନ ପ୍ରକୃତି ,


ତୁମେ ହିଁ ବୀଣାପାଣି

ସୁରଞ୍ଜିତ ସଂଗୀତର ସପ୍ତସ୍ଵର ,

ତୁଣ୍ଡରେ ଦେଇଛ ପ୍ରୀତିବୋଳା ଭାଷା

ମନରେ ଜଗାଅ ଉନ୍ନତିର ଆଶା,


ତୁମେ ପ୍ରେମ କଲ୍ଳୋଳ 

ସମୀର ହିଲ୍ଳୋଳ ,

ମୁକ୍ତ ଅବାରିତ ଆଶିଷର ଝର

ମେଘ ଦେଶେ ତୁମେ , 

ଚପଳା ସୁନ୍ଦର,


ତୁମେ ସ୍ନେହର ଉତ୍ସ

ମନ ମନ୍ଦିରେ ଚିର ନମସ୍ୟ ,

ତୁମ୍ଭେ ବାହ୍ୟ ଚକ୍ଷୁରେ କଠୋର ,

କିନ୍ତୁ ଅନ୍ତର୍ମନେ

ଦୟାମୟୀ ପୁଣି କରୁଣା ଭଣ୍ଡାର ,


ତୁମେ ବୈଶାଖରେ

ସୁଖପ୍ରଦାୟୀ ମଳୟର ସ୍ପର୍ଶ

ତୁମେ ଜୀବନଦାୟିନୀ ମୌସୁମୀ 

ଶରତ ପରି ଶୁଭ୍ର ତୁମ କାୟା

ଶୀତରେ ତୁମେ

ମମତାର ଉଷ୍ମ ଛାୟା,


ତୁମେ କାଳଠାରୁ ଉର୍ଦ୍ଧ୍ୱରେ

ଖଣ୍ଡା, ଖର୍ପରଧାରିଣୀ ମହାକାଳୀ 

ସନ୍ତାନର ବିପତ୍ତି ସମୟେ

ତୁମେ ହିଁ ସାଜି ଉଠ

ଦୁର୍ଗତିନାଶିନୀ ମାଆ ଦୁର୍ଗା,


ତୁମେ କଲ୍ୟାଣମୟୀ 

ତୁମେ ବିଶ୍ଵବନ୍ଦିତା,

ତୁମେ ହିଁ ସକଳ ସୃଷ୍ଟିର ଆଧାର

ତୁମେ ହିଁ ମଙ୍ଗଳ ସ୍ଵରୂପେ

ବ୍ରହ୍ମା , ବିଷ୍ଣୁ ଏବଂ ମହେଶ୍ୱର ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational