STORYMIRROR

Pankajini Upadhaya

Inspirational Others

2.4  

Pankajini Upadhaya

Inspirational Others

ମାଆ

ମାଆ

1 min
27.9K


ସକଳ ଠାରେ ଆସୀନ

ଅମଳିନ ଦୀପଶିଖା

ପରିତୃପ୍ତିର ପରିଭାଷା

ଅନନ୍ତ ନୀଳିମା

ପୁଣି ଅପରିର୍ଯ୍ୟାପ୍ତ

ସ୍ନିଗ୍ଧ ଶାନ୍ତ କୋମଳ ପରଶ

ମରୁଭୂମି ପରିର୍ଯ୍ୟାପ୍ତ ସୀମାହୀନ

ବିସ୍ତୀର୍ଣ୍ଣ ବାଲୁକା

ଚରଣର ପଦରଜ ସ୍ଵର୍ଗର ସୁଷମା

ଆନନ୍ଦର ଆତିଶର୍ୟ୍ୟ

ପୁଣି ପ୍ରେରଣାର ବେଗଗାମୀ

ସ୍ଵଚ୍ଛ ସ୍ରୋତସ୍ଵିନୀ

ବେଳ ଅବେଳରେ

ନିଦ୍ରାର କୋଳରେ

ଘୁମେଇ ପଡିବାବେଳେ

ସୋମ୍ୟତାର ପବିତ୍ର ଆଭାସ

ସୁଖର ସରୋବର

କେବେ ଦୁଃଖର ଦରିଆ

ସହନଶୀଳତା ଧୈର୍ଯ୍ୟର ସୁଦୃଢ ପ୍ରାଚୀର

ଲଜ୍ଜାବତୀ କୁଳୁ କୁଳୁ ଝରଣାର ଜଳ

ସ୍ଥିତପ୍ରଜ୍ଞ ଅବିଚଳତା ପଣର

ଗଙ୍ଗାର ପ୍ରବାହ

କେବେକେବେ ସାଗରର ଉତ୍ତାଳ ତରଙ୍ଗ

ଭେଦଭାବ ହୀନ ତୋର ଖାଦ୍ୟର ଭଣ୍ଡାର

ସେଥିରେ ମିଳେ ଦେବଭୋଗ୍ୟ

ପ୍ରସାଦ ବାସ୍ନାମୟ

ହଜିଲା ଭିଜିଲା ଵେଳେ

ଆତ୍ମ ତୃପ୍ତିର ନିବିଡ ଆସ୍ଵାଦ

ସ୍ନେହ ସୌହାର୍ଦ ଭକ୍ତିର ବିରଳ ପ୍ରତିମା

ଅତୁଳନୀୟ ପରିବ୍ୟାପ୍ତ

ଅସୀମ ଆକାଶ

ମାତୃ ଦିବସରେ ଘେନ

ଭକ୍ତି ନିବେଦନ

ମାତୃ ଜାତିକୁ ମିଳୁ

ପ୍ରକୃତ ସମ୍ମାନ

ସାରା ବିଶ୍ଵବାସୀଙ୍କୁ

ଏହି ନିବେଦନ।


Rate this content
Log in

Similar oriya poem from Inspirational