Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Thriller Others

4  

Arjuni charan Behera

Thriller Others

ମାଆ ରଟନ୍ତୀ କାଳୀ

ମାଆ ରଟନ୍ତୀ କାଳୀ

1 min
1.4K



ନିକୁମ୍ଭିଲା ଦେବୀ ପୁଜି ରାବଣର ସୂତ

ମେଘନାଦ ହୋଇଥିଲା ବଡ଼ ବଳବନ୍ତ l


ଦେବୀଙ୍କ ପ୍ରାସାଦୁ ଲଭି ଏକ ଦିବ୍ୟ ରଥ

ସେ ରଥେ ଚଢ଼ି ଇନ୍ଦ୍ରଙ୍କୁ କଲା ପରାଜିତ l


ଇନ୍ଦ୍ର ପରାଜିତ କରି ନାମ ବହେ ବୀର

ଇନ୍ଦ୍ରଜିତ ଅଜେୟ ସେ ରାବଣ କୁମର l


ଶତ ଚେଷ୍ଟା କରି ରାମାୟଣ ଯୁଦ୍ଧ କାଳେ

ରାମେ ବୀର ଇନ୍ଦ୍ରଜିତ ନିହତ ନୋହିଲେ l


ଭକ୍ତ ବିଭୀଷଣ ବତାଇଲେ ଏହା ଭେଦ

ନିକୁମ୍ଭିଲା ଯଜ୍ଞ ଭଙ୍ଗେ ଇନ୍ଦ୍ରଜିତ ବଧ l


ହନୁମାନଙ୍କ ସହାୟେ ବୀର ଶ୍ରୀଲକ୍ଷ୍ମଣ

ଇନ୍ଦ୍ରଜିତ ବଧହେଲା ଯଜ୍ଞ ହୋଇ ଭଗ୍ନ l


ପ୍ରଭୁ ଶ୍ରୀରାମ ଲଙ୍କାରେ ରାବଣ ସଂହାରି

ମାଆଙ୍କୁ ଘେନି ଆସିଲେ ଅବଧ ନଗରୀ l


ମାଘ କୃଷ୍ଣଚତୁର୍ଦ୍ଧଶୀ ସେ ଦେବୀଙ୍କ ପୂଜା

ରଟନ୍ତୀକାଳୀ ରୂପରେ ଖାନ୍ତି ବଳିଭୋଜା l


ଶ୍ରୀକ୍ଷେତ୍ର ପ୍ରବେଶପଥେ ମା'ବାଟମଙ୍ଗଳା

ନିକୁମ୍ଭିଲା ଦେବୀ ବସି କରୁଛନ୍ତି ଖେଳା l


ମେଘନାଦଙ୍କୁ ପ୍ରଦତ୍ତ ତାଙ୍କ ସେହି ରଥ

ଦେବଦଳନ ନାମରେ ସୁଭଦ୍ରାଙ୍କ ଖ୍ୟାତ l


ମାଆ ରଟନ୍ତୀ କାଳୀଙ୍କ ମହିମା ଅପାର

ତାଙ୍କ ଚରଣରେ ମୋର କୋଟିଏ ଜୁହାର l

             


Rate this content
Log in

Similar oriya poem from Thriller