Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo ( Nitu )

Abstract Thriller

3  

Satyanarayan Sahoo ( Nitu )

Abstract Thriller

ଜୀବନ ନାଟକ

ଜୀବନ ନାଟକ

1 min
191


ଜୀବନ!

ଫେରିବାଲାର ସୁଡୁକାଏ ସ୍ଵପ୍ନ ଦାରୁଣ ଦର୍ଶନ

ମୁକୁଳା ନଇର ନିସର୍ତ୍ତ ଉତ୍ତରଣ ।


ସମ୍ପର୍କ ଏଠି କଣ? କିଏ ବୁଝେ??

ସକାଳ ହେଲେ ହଜାରେ ମୁହଁର ଭେଟ

ଖାଲି ମୂଲଚାଲ ମୁନାଫା ହିଁ ମୂଳ !

ତଥାପି

କେବେ କେଉଁ ଏରୁଣ୍ଡି ସେପାଖୁ -

ଉଙ୍କି ମାରୁଥିବା ନୀଳ ଆଖି ଅକୁହା ଓଠର ଭାଷା ହଲଚଲ କରେ ଫେରିବାଲାର ଛାତି

ହୃଦୟର ହାଡୁଆ ହିଡରେ

ଅଯଥାରେ ଫୁଟେ ଲକ୍ଷେ ରୋମାଞ୍ଚର ଫୁଲ ।


ରୁତୁମତୀ ମାଟିର ଭିଜା ଗନ୍ଧ କି -

ଓଦା ବେଳାଭୂମିର ତମାମ ଉଡନ୍ତା ପଣତ ତାକୁ କେବେ କରେନାହିଁ ଆନମନା;

ତଥାପି

କେବେ କେଉଁ ରୂପସୀର ପଣତ ଛୁଆଁରେ

ବିଭୋରି ସେ ଯାଏ,

ତା ବେସୁରା ମନ ବେହେଲାରେ -

ଝଂକୃତ ହୁଏ କୋଟି କୋଇଲିର କୁହୁ

ଆଖି ବୁଜି ସହି ଯାଏ

ଜନ୍ମ ଜନ୍ମାନ୍ତର ଯନ୍ତ୍ରଣାର ଲହୁ ।


ଇଚ୍ଛା ହୁଏ -

ଏହିକ୍ଷଣି ଲଙ୍ଘିଯିବ

ଜୀବନର ମିଛ ମୁଲ୍ୟବୋଧ, ଦାରୁଣ - ଦର୍ଶନ,

ସବୁ ଲକ୍ଷ୍ମଣ ରେଖା ସବୁ କଟକଣା

ସଞ୍ଜ ନଇଁ ଗଲେ

ଫେରିବାକୁ ହେବ ଝୁମ୍ପୁଡିକୁ

ଆଉ ଯେତେ ସ୍ଵପ୍ନ ସବୁ ବାଟବଣା ।


ସେଠି ଲଢ଼ି ବାକୁ ହେବ

ଅସରନ୍ତି ବାସ୍ତବ ଯନ୍ତ୍ରଣା ସହିତ !!

ତଥାପି

ଅହରହ ଅନ୍ତଃକନ୍ଦରରୁ ଉତୁରି ପଡ଼ୁଥିବ

ଅସତର୍କ ମୁହୂର୍ତ୍ତରେ ଗଢ଼ିଥିବା ସୁତା ଖିଏର ସମ୍ପର୍କ ;

ଅଣାୟତ କରୁଥିବେ -

ନୀଳ ଆଖି ଅକୁହା ଓଠର ଭାଷା

ଅନିଶ୍ଚିତ ପଣତ ସାନିଧ୍ୟ

ସଂଜ୍ଞାହୀନ ମୃଦୁ ଆତ୍ମୀୟତା,

ସବୁ ଯେପରି ସତ ପରି ଚିହ୍ନା ଚିହ୍ନା

ଜୀବନର ନିଟୋଳ ଭାସ୍କର୍ଯ୍ଯ,

ଅପାଶୋରା ସ୍ମୃତିର କୋଣାର୍କ

ଏଇତ ଫେରିବାଲାର ଜୀବନ ନାଟକ !


Rate this content
Log in

Similar oriya poem from Abstract