Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Inspirational

4.3  

DILIP KUMAR SAHOO

Inspirational

ମାଆ ଓ ମୋବାଇଲ

ମାଆ ଓ ମୋବାଇଲ

1 min
235



ଅବୋଧ ଶିଶୁ ଶୁଆଇବା ପାଇଁ

ଗାଉ ନାହିଁ ମାଆ ଧୋରେ ବାଇଆ ଧୋ

ମୋବାଇଲ ଦେଇ କହୁଛି ଧନରେ

ଦେଖିଦେଖି ତାକୁ ଶୋ ।

ଖୋଇଦେବା ବେଳେ ଡାକୁ ନାହିଁ ମାଆ

ଆ ଜହ୍ନ ମାମୁ ଆ

କହୁଛି ଧନରେ ମୋବାଇଲ ଦେଖି

ଭାତ ଗୁଣ୍ଡା ଗୁଣ୍ଡା ଖାଆ ।

ମୋବାଇଲ ଧରାଇ ମାଆ ତୋଷ କରେ

ଛୁଆ ଯେତେବେଳେ ରୁଷେ

କୋମଳମତି ସେ ମୋବାଇଲ ଦେଖି

ଖିଲିଖିଲି ହୋଇ ହସେ ।

ଏନ୍ତୁଡିଶାଳରୁ ମୋବାଇଲ ଏବେ

ପିଲାମାନଙ୍କ ର ସାଥୀ

ମୋବାଇଲ ଧରାଇ ମାଆ ମାନେ ସବୁ

ଜଞ୍ଜାଳୁ ହୁଅନ୍ତି ମୁକ୍ତି ।


Rate this content
Log in

Similar oriya poem from Inspirational