STORYMIRROR

Aishwarya Mishra

Tragedy Inspirational

3  

Aishwarya Mishra

Tragedy Inspirational

ମାଆ ! ମୁଁ ଫେରିଛି

ମାଆ ! ମୁଁ ଫେରିଛି

1 min
198


ମାଆ !

ତୋ କୋଳରେ ମୁଣ୍ଡ ରଖି

ଆରାମରେ ଶୋଇବାକୁ ଦେ

ଆଜି ମୁଁ ବହୁତ କ୍ଲାନ୍ତ 

ମାୟା ମୃଗ ପଛରେ ଧାଇଁ ଧାଇଁ 

ନିରବ ନିଃଷ୍ପଭ୍ର

ପାଲଟିଯାଇଛି ମୋ ପ୍ରାଣ


ଯାହା ଉପରେ ବିଶ୍ଵାସ କରି

ପାଦ ଥାପିଥିଲି

ଏ ଅଜଣା ମୁଲକରେ

ସେ ହିଁ ମୋତେ କରିଦେଇଛି 

ନିଃସ୍ଵ, ନିନ୍ଦିତ ;


କାହା ଉପରେ 

ନାହିଁ ଆଉ ସେ ପୁରୁଣା ବିଶ୍ଵାସ 

ମୁଁ ଫେରିବାକୁ ଚାହୁଁଛି , ମାଆ !


ପୁଣି ଥରେ ମୋ ପୁରୁଣା ଘରକୁ

ପୁଣି ଥରେ ତୋ'ରି କୋଳକୁ

ଡ଼ର ତ ଲାଗୁଛି ବହୁତ

ଏତେ ସବୁ ପରେ

କେମିତି ତୋତେ କରିବି ସାମ୍ନା

କେମିତି ଦେଖେଇବି ମୋ ମୁହଁ


ଆଜି କାନ୍ଦିବାକୁ ବହୁତ 

ଇଚ୍ଛା ହେଉଛି, ମାଆ !

କିନ୍ତୁ କାନ୍ଦି ବି ପାରୁନି


ଆଉ ଏକା ଏକା

କେତେ ବା କାନ୍ଦିବି

ଲୁହ ବି ତ ମୋତେ ପର କରିବା

ଆରମ୍ଭ କରି ଦେଲେଣି 


ମାଆ !

ପୁଣି ଥରେ ଲୁଚେଇଦେ ମୋତେ

ତୋ ପଣତ ଆଢୁଆଳରେ

ମନ ଭରି କାନ୍ଦିବାକୁ ଦେ'


ସେ ଲୁହ ସହ 

ବୋହିଯାଉ ମୋର ସବୁ

ପ୍ରେମ ଆଉ ପ୍ରତାରଣାର ମିଛ କାହାଣୀ

ଲୁହର ଜୁଆରରେ

ଆଜି ଭାସିଯାଉ 

ଚୋରାବାଲିରେ ଗଢା

ମୋ ଅଳୀକ ସୁଖର ବାଲି ଘର


ମାଆ !

ଆଜି ମୁଁ ଏକାକିନୀ

ପତିତା ସାଜି ପୁଣି ଫେରିଛି

ତୋ'ରି କୋଳକୁ

ତୁ ପୁଣ୍ୟମୟୀ ସାଜି

କୋଳେଇ ନେଇ ମୋତେ

ବାରେ ମାତ୍ର କେବଳ

କରି ଦେ' କ୍ଷମା ,,,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy