STORYMIRROR

Debabrata Jena

Inspirational Others

3  

Debabrata Jena

Inspirational Others

ମାଆ : ଏକ ଭିନ୍ନ ଅନୁଭଵ

ମାଆ : ଏକ ଭିନ୍ନ ଅନୁଭଵ

1 min
13.5K


ମାଆ ଏକ ଶବ୍ଦ ନୁହେଁ

ଭିନ୍ନ ଅନୁଭଵ

ଉପସ୍ଥିତି ଥିଲେ ତା'ର

ଅନୁଭବେ ଗର୍ବ ।।୧

ସମ୍ପର୍କର ଭିତ୍ତିଭୂମି

ଅତୁଟ ବନ୍ଧନ

ତା' ବିନା ଜୀବନ ମୋର

ଲାଗେ ମୂଲ୍ୟହୀନ ।।୨

ତା' ପଣତ କାନିରେ ମୋ

ଥିଲା ସ୍ୱର୍ଗ ସୁଖ

ତା' ବିହୁନେ ପାଉଅଛି (୩)

ଏବେ ନର୍କ ଦୁଃଖ ।।

ଜୀବନଟା ମୂଲ୍ୟହୀନ

ଲାଗେ ତାହା ବିନା

ସବୁ ଥାଇ ଅନୁଭବେ

ମୁଁ ଯେ ଶିରୀ ହୀନା ।।(୪)

ତା' ତ୍ୟାଗ ଓ ବଳିଦାନ

କେ ଅବା ସହିବ ??

ଆଜୀବନ ଦୁଃଖ ପିଇ

ପୀୟୂଷ ବାଣ୍ଟିବ ।।୫

ହେ ଠାକୁରେ ଡାକୁଅଛି

ବେନି କର ଯୋଡ଼ି

ମୋ ପୁଣ୍ୟ ଜନନୀ-ଆତ୍ମା

ପାଉ ମୋକ୍ଷ ପ୍ରାପ୍ତି ।।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational