Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ମାଆ ଚର୍ଚ୍ଚିକା

ମାଆ ଚର୍ଚ୍ଚିକା

3 mins
401



ଜୟ ମା ଚର୍ଚ୍ଚିକା ମଙ୍ଗଳ ଚଣ୍ଡୀକା

ପାଦେ କୋଟି ପ୍ରଣିପାତ

ଅଜୋନୀସମ୍ଭୂତା ମହିମାମୟୀ ମା

ମହିମା ଜଗତେ କ୍ଷାତ ।

ଜୟ ମା ଚର୍ଚ୍ଚିକା ଅପର୍ଣ୍ଣା ଅମ୍ବିକା

ତୁମ ନାମ ଗାଇ ଗାଇ

ତୁମ ଗାଥା କଥା ବଖାଣୁଅଛି ମା

ତୁମରି ଚରଣ ଧ୍ୟାଇ ।

ପୂଣ୍ୟତୋୟା ମହା ନଦୀର କୂଳରେ

ପବିତ୍ର ବାଙ୍କୀ ସହର

ରହିଅଛି ତହିଁ ସୁଉଚ୍ଚ ପର୍ବତ

ରୁଚିକା ନାମଟି ତାର

ରୁଚିକ ଋଷିଙ୍କ ତପ ସ୍ଥଳୀ ଥିଲା

ଅପୂର୍ବ ସ୍ଥାନ ଟି ସେହି

ଋଷି କରୁଥିଲେ ତପସ୍ୟା ସେଠାରେ

ଧ୍ଯାନରେତ ମଗ୍ନ ହୋଇ ।

ଋଷିଙ୍କ ନାମରେ ପର୍ବତ ର ନାଁ

ରୁଚିକା ଭାବରେ କ୍ଷାତ

ସେହି ପୂଣ୍ୟ ଭୂଇଁ ପବିତ୍ର ପର୍ବତେ

ମାଆ ଚର୍ଚ୍ଚିକା ଙ୍କ ପୀଠ ।

ମହିମା ମୟୀ ଙ୍କ ମଙ୍ଗଳ ମୂର୍ଚ୍ଛନା

ପର୍ବତ ରେ ନିନାଦିତ

ପାଦ ରଖୁରଖୁ ସେ ଶକ୍ତି କ୍ଷେତ୍ରରେ

ପ୍ରାଣ ହୁଏ ପୁଲକିତ ।

ସପ୍ତସତୀ ଚଣ୍ଡୀ ଦେବୀ ଭାଗବତ

ସାରଳା ମହାଭାରତ

ଚଣ୍ଡୀ ପୁରାଣ ରେ ମାଆ ଚର୍ଚ୍ଚିକା ଙ୍କ

ମହିମା ଅଛି ବର୍ଣ୍ଣିତ ।

ମାଆଙ୍କ ଉତ୍ପତ୍ତି କେତେ କିମ୍ବଦନ୍ତୀ

ବଖାଣନ୍ତି ସବୁ ପୋଥି

ଦକ୍ଷ ସୂତା ସତୀ ହସ୍ତାବଶେଷରୁ

ମାଆ ହୋଇଛନ୍ତି ସୃଷ୍ଟି ।

ରକ୍ତବିର୍ଯ୍ଯ ବଧ ପାଇଁ ମାଆ ଦୁର୍ଗା

ଚାମୁଣ୍ଡା ସରଜି ଥିଲେ

କିମ୍ବଦନ୍ତୀ କହେ ସେହି ଚାମୁଣ୍ଡା ଯେ

ଚର୍ଚ୍ଚିକା ଙ୍କ ରୂପ ହେଲେ ।

ଦୁର୍ଗାଙ୍କ ଚୌଷଠୀ ଯୋଗିନୀ ମଧ୍ୟରେ

ଚାମୁଣ୍ଡା ଅଟନ୍ତି ଜ୍ୟେଷ୍ଠା

ସମସ୍ତ ଙ୍କୁ ଚର୍ଚ୍ଚା କରନ୍ତି ବୋଲି ସେ

ଚର୍ଚ୍ଚିକା ନାମରେ କ୍ଷାତା ।

ଆର୍ଯ୍ୟାବ୍ରତ ସାରା ଭ୍ରମଣ କାଳରେ

ବୀର ପର୍ଶୁରାମ ସେତ

ମହାନଦୀ ତଟେ ରୁଚିକା ପର୍ବତ

କଲା ତାଙ୍କୁ ପୁଲକିତ ।

ସୁନ୍ଦର ଶିଳାରେ, ସର ମୁନେ ବୀର

ଗଢିଲେ ସୁନ୍ଦର ମୂର୍ତ୍ତି

ମାଆ ସେ ଚର୍ଚ୍ଚିକା ଅଷ୍ଟଭୂଜା ଦେବୀ

ଜଗତର ଗତି ମୁକ୍ତି।

ନୃମୁଣ୍ଡ ମାଳିନୀ ଦଣ୍ଡାୟମାନ ସେ

ରଣାଷୁର ଶବପରେ

ଅଭୟ ବରଦା କରୁଣାମୟୀ ମାଆ

କରୁଣା ର ବାରି ଝରେ ।

ଧରିଛନ୍ତି ମାଆ ଡମ୍ବରୁ କଟାରୀ                   

ଖଣ୍ଡା ଶୂଳ ରକ୍ତ ପାତ୍ର

ଅଛି ହାତେ ପୁଣି କଟା ମୁଣ୍ଡ ଟିଏ

ରକ୍ତ ଝରେ ଝର ଝର ।

କାଳ ର କରାଳ ରୂପ ବିକଟାଳ

ଦେଖି ଲାଗେ ସିନା ଭୟ

କୋମଳ ହୃଦୟା ଭକତ ବତ୍ସଳା

ଅନାବିଳ ତାଙ୍କ ସ୍ନେହ ।

ଯେଉଁଠି ଡାକିଲେ ଯେମିତି ଡାକିଲେ

ଶୁଣନ୍ତି ଭକ୍ତ ର ଡାକ

ଆଶିଷ ର ବାରି ଢାଳି ଦେଇ ମାଆ

ଦୂର କରିଥାନ୍ତି ଦୁଃଖ।

ରୁଚିକା ଶିଖରେ ମାଆଙ୍କ ମନ୍ଦିର

ଶୋଭା ସମ୍ପଦ ରେ ଭରା

ପର୍ବତ ପାଦରୁ ମନ୍ଦିର ଯାଏତ

ରହିଛି ପାହାଚ ପରା ।

କାହିଁ କେତେ ଦୂରୁ ଭକତେ ଆସନ୍ତି

ମାଆଙ୍କର ନାଁ ଗାଇ

ମାଆଙ୍କ ଦର୍ଶନ ଭକ୍ତି ସମର୍ପଣ

ଦୁଃଖ ଯାଏ ସବୁ ଧୋଇ ।

ମାଆ ଚର୍ଚ୍ଚିକା ଙ୍କ ମନ୍ଦିର ଆଗରେ

ସୁନ୍ଦର ମଣ୍ଡପ ଟିଏ

ଶୂନ୍ୟ ବାହିନୀ ସେ ମଣ୍ଡପର ନାଁ

ପୂରାଣର ଗାଥା ଗାଏ ।

କାଠରେ ତିଆରି ମଣ୍ଡପର ଛାତ

ଲେଖା ଭାଗବତ ବାଣୀ

ରଙ୍ଗ ବେରଙ୍ଗର ପଶୁପକ୍ଷୀ ଚିତ୍ର

ଆଖିକୁ ନିଅଇ ଟାଣି ।

ବ୍ରାହ୍ମଣ ପୂଜିତା ମାଆ ମୋ ଚର୍ଚ୍ଚିକା

ନିତି ହୁଏ ହୋମ ଯଜ୍ଞ

ମାଆଙ୍କ ପାଖରେ ଅନ୍ନ ଲାଗିହୁଏ

ହୁଅଇ ଆଇ‍ଁଶ ଭୋଗ ।

ପ୍ରଭାତ ରେ ହୁଏ ମଙ୍ଗଳ ଆଳତୀ

ମଧ୍ୟାହ୍ନେ ମଧ୍ୟାହ୍ନ ଧୂପ

ସନ୍ଧ୍ୟା ରେ ହୁଅଇ ଅପୂର୍ବ ଆଳତୀ

ଧୋଇ ଦିଏ ପାପ ତାପ ।

ବାରମାସେ ତେର ପରବ ହୁଅଇ

ଉଛୁଳେ ମାଆଙ୍କ ପୀଠ

ଜୟ ମା ଚର୍ଚ୍ଚିକା ଜୟ ମା ଚର୍ଚ୍ଚିକା

ଚଉଦିଗ ମୁଖରିତ ।

ଆଶ୍ୱିନ ମାସରେ ଦଶହରା ପାଇଁ

ଷୋଳ ଦିନ ହୁଏ ପୂଜା

ଅଖଣ୍ଡ ଜଳଇ ଘଟ ପୂଜା ହୁଏ

ବାଜଇ ମଙ୍ଗଳ ବାଜା ।

କୁମାର ପୂର୍ଣ୍ଣିମା ମାଆ ଚର୍ଚ୍ଚିକା ଙ୍କ

ସବୁଠାରୁ ବଡ଼ ପର୍ବ

ଭକ୍ତ ମାନଙ୍କୁ ମା ଦର୍ଶନ ଦିଅନ୍ତି

ହୋଇ ସେ କୁମାରୀ ବେଶ ।

ବରଷକେ ଥରେ ମାଆଙ୍କ ସେ ବେଶ

ଦେଖିବାକୁ ଭିଡ଼ ଭାରି

ହସହସ ସେହି ବେଶରେ ମାଆ ତ

ଢାଳନ୍ତି କରୁଣା ବାରି ।

ହେ ମାଆ ଚର୍ଚ୍ଚିକା ଜଗତ ର ମାତା

ଆଦିମାତା ଆଦିଶକ୍ତି

ଅନନ୍ତ ଅସୀମ ମହିମା ମୟୀ ଗୋ

ଶକ୍ତିଦାତ୍ରୀ ମୁକ୍ତିଦାତ୍ରୀ ।

ତୁମକୁ ସ୍ମରଣ କରି ଗୋ ଜନନୀ

ତୁମ କଥା ବଖାଣିଲି

ଦୋଷା ଦୋଷ କୁ ମୋ କ୍ଷମା ଦେବ ମାଆ

ଦିଲ୍ଲୀପ କରଇ ଅଳି ।।



Rate this content
Log in