STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational Others

ମାଆ ଆସୁଛନ୍ତି ଧରାକୁ

ମାଆ ଆସୁଛନ୍ତି ଧରାକୁ

1 min
14.5K



~~~~~~~~


( ଉଷାରାଣୀ ପଣ୍ଡା )


ଦୁର୍ଗତି ନାଶିନୀ ଅଭୟଦାୟିନୀ

ବିଜେ ହେବେଧରା ପରେ

ଫେଡିବେ ଯାତନା ଭରିବେ କାମନା

ଶୁଭାଶିଷ ଢାଳି ଶିରେ ।


ଶରତ ଋତୁରେ ପୂଜା ମଣ୍ଡପରେ

ଶୁଭଲଗ୍ନେ ହୋଇ ଉଭା

ଶୈଳପୁତ୍ରୀ ବେଶେ ପ୍ରଥମ ଦିବସେ

ପୀଠରେ ଦିଶିବେ ଶୋଭା ।


ହୋଇଣ ସନ୍ତୁଷ୍ଟ ଦୂରାଇବେ କଷ୍ଟ

ମାତା ମହିଷାମର୍ଦ୍ଦିନୀ

ମାଆ ସିଦ୍ଧିଦାତ୍ରୀ ଫେଡିବେ ଅଶାନ୍ତି

ଶ୍ରୀ ସମ୍ପଦ କରି ମଣ୍ଡଣୀ ।


ଦ୍ବିତୀୟ ଦିନରେ ବ୍ରହ୍ମଚାରିଣୀରେ

ବିରାଜିବେ ମଣ୍ଡପରେ

ତପ ସଦାଚାର ତ୍ୟାଗ ନିରହଂକାର

ଭରିଦେବେ ସଂଯମରେ ।


ଚନ୍ଦ୍ରଘଣ୍ଟା ରୂପ ତୃତୀୟ ସ୍ବରୂପ

ଦଶଭୁଜାର ରୂପରେ

ବୀର ଶୌର୍ଯ୍ୟ ବୃଦ୍ଧି ବଢାଇ ସମୃଦ୍ଧି

ଅଲୌକିକ ଶକ୍ତିଭରେ ।


କୁଷ୍ମାଣ୍ଡାର ବେଶେ ଚତୁର୍ଥ ଦିବସେ

ହୋଇବେ ବିରାଜମାନ

ଆଧି ବ୍ୟାଧି ଦୂର କରିଣ ଭକ୍ତର

ପ୍ରଭାରେ ଦେଦିପ୍ୟମାନ ।


କାର୍ତ୍ତିକେୟ ମାତା ରୂପ ସ୍କନ୍ଦମାତା

ଉଭା ହେବେ ଚତୁର୍ଭୁଜା

ଶୁଭ୍ରବର୍ଣ୍ଣ ପ୍ରଭା ବିଛାଇଣ ଆଭା

ପୂର୍ଣ୍ଣ କରିବେ ମନୋବାଞ୍ଝା ।


ଷଷ୍ଠ ସ୍ବରୂପେ କାତ୍ୟାୟନୀ ରୂପେ

ଅମୋଘଫଳ ଦାୟିନୀ

ଶତ୍ରୁ ସଂହାରଣେ ସମୁଜ୍ଜଳ ବଦନେ

ଚତୁଃବର୍ଗ ପ୍ରଦାୟିନୀ ।


ସପ୍ତମ ଦିବସେ କାଳରାତ୍ରୀ ବେଶେ

ତୁଟାଇବେ ମନୁ ଭୀତି

ଘନ ଅନ୍ଧକାରେ ମୁକୁଳା କେଶରେ

ଦୃଷ୍କୃତ କରିବେ ମୁକ୍ତି ।


ମହାଗୌରୀ ରୂପ ଅଷ୍ଟମ ସ୍ବରୂପ

ଗୌରବର୍ଣ୍ଣ ରୂପ ଧରି

ବୃଷଭବାହିନୀ ଶାନ୍ତି ପ୍ରଦାୟିନୀ

ବିପଦୁ କରିବେ ତାରି ।


ଶଙ୍ଖ ପଦ୍ମ ହସ୍ତେ ନବମ ଦିବସେ

ବିଶାରଦା ସିଦ୍ଧିଦାତ୍ରୀ

ସନ୍ତୃପ୍ତି ପାଇବେ ଦୂରିତ ନାଶିବେ

ଅଭୀଷ୍ଟ କରିବେ ପ୍ରାପ୍ତି ।


ମାଆ ଭଗବତୀ ମହୀର ଦୁର୍ଗତି

ଫେଡ ମା ଶଙ୍କର ପ୍ରିୟା

ବିଶ୍ବ ନିସ୍ତାରିଣୀ କରେ ମୁଁ ଦୟିନୀ

ଦୀନଜନେ ହୁଅ ସାହା ।






Rate this content
Log in

Similar oriya poem from Inspirational