ମା
ମା
ମାଆ ମାଆ ମାଆ, ଆହା କି ମଧୁର
ମାଆ ମାେ ମମତାମୟୀ ,
ତା କୋମଳ କୋଳ, ସ୍ବର୍ଗପୁର ମୋର
ସଦା ଶାନ୍ତି ବିରାଜଇ।
ସ୍ନେହ ମମତାର, ଅପୂର୍ବ ଆକର
ସଦା ମିଳେ ସୁଖ, ଶାନ୍ତି,
ମାତା ପିତାଠାରୁ,ବଳି କେ ଦେବତା
ମର୍ତ୍ତ୍ୟପୁରେ ନମିଳନ୍ତି।
ମାଆ ଅଟେ ପରା, ସମ ବସୁନ୍ଧରା
ମାଆ ଯେ ଗଙ୍ଗା, ଗୋମାତା,
ଯା ହୃଦୁ ବହଇ, ଅମୃତର ଧାରା
ମାଆ ମାେ ଗାୟତ୍ରୀ,ଗୀତା।
ବସୁମତୀଠାରୁ ଗରୀୟସୀ ମାଆ
ସାଗରଠାରୁ ଗଭୀର,
ମାଆଠାରୁ ବଳି ଅଛିକେ ସଂସାରେ
କରିବାକୁ ଆପଣାର।
ମାଆର ବଚନ, ଅମୃତ ସମାନ
ମନ ଜାଣେ ଅବହେଳେ,
ସରଳ, ତରଳ ମନ ନିରିମଳ
ଆବିଳ ନମିଳେ ତିଳେ।