STORYMIRROR

Bandita Biswal

Inspirational

2.8  

Bandita Biswal

Inspirational

ମା'

ମା'

1 min
3.4K


ମାଁ

ଏକ ସୁନ୍ଦର ପ୍ରତିରୂପ କରୁଣାର,

ଏକ ଜୀବନ୍ତ ପ୍ରତିଛବି ମମତାର।

ସ୍ନେହ ର ସ୍ପର୍ଶରେ ତାର,

ଅସୁସ୍ଥକୁ କରିଦିଏ ସୁସ୍ଥ।

ତା ସ୍ନେହ ବୋଲା କଥାରେ,

ମୁହଁରେ ଫୁଟି ଆସେ ହସ।

ଉପସ୍ଥିତି କରେ ତାର ଘରକୁ ମନ୍ଦିର,

ସେ ନଥିଲେ ଲାଗେ ସବୁକିଛି ଅନ୍ଧାର।

ଜୀବନର ପ୍ରତିଟି ମୁହୁର୍ତ୍ତରେ ମନରେ ଭରିଦିଏ ସାହସ।,

ସେ ପାଖେଥିଲେ ନ ଥାଏ କିଛି ଆଶା ନ ଥାଏ ଅବଶୋଷ।

ସବୁ ବିପଦରୁ ରକ୍ଷା କରେ ତା ପଣତ କାନିରେ।,

ଦୁନିଆର ସବୁକିଛି ମିଳିଯାଏ ତା ବାହୁ ବନ୍ଧନରେ।

ସେ ନିବିଡ଼ ସମ୍ପର୍କର ନାହିଁ ତ ତୁଳନା,

କେ କରି ପାରିବ ତା ତ୍ୟାଗର କଳନା।


Rate this content
Log in

Similar oriya poem from Inspirational