STORYMIRROR

Bandita Biswal

Others

2  

Bandita Biswal

Others

ସଖା_1

ସଖା_1

1 min
304


ହେ...... ମୋର ସଖା....

ତୁମକୁ ଚିହ୍ନିନି କି ଜାଣିନି,

ତଥାପି କରିଛି ମୁଁ ତୁମରି ପ୍ରତିକ୍ଷା।

ତମେ କେବେ ଆସିବ, ମତେ କୋଲେଇ ନେବ,

ତୁମ ଦିବ୍ୟ ଚେତନା ରେ ମତେ ହଜେଇ ଦେବ।

ଯେଉଁଥିରେ ମୁଁ ପାଇବି ଅଶେଷ ଶାନ୍ତି,

ଯେଉଁ ଶାନ୍ତିର ନ ଥିବ କିଛି ଉକ୍ତି...।

ସମାଜର ସଭ୍ୟ ପୋଷାକ ପିନ୍ଧା,

ଅସଭ୍ୟ ମଣିଷ ମାନଙ୍କର ସଂସ୍ପର୍ଶରେ ଆସିଛି।

ତଥାପି ମୁଁ ସେଇ ମଣିଷମାନଙ୍କ ମଧ୍ୟରେ,

ତୁମକୁ ଖୋଜିଛି, ଅନୁଭବ କରିଛି।

ଲାଗେ ଯେମିତି ତୁମେ ମୋର ପାଖେ ପାଖେ ଅଛ,

ସବୁବେଳେ ମତେ ସତ୍ ବୁଦ୍ଧି ପ୍ରଦାନ କରି,

ମୋର ଟିକି ଟିକି କଥାକୁ ବୁଝୁଛ।

ହେଲେ...... ହେ ମୋର ସଖା,

ଆଜି ପର୍ଯ୍ୟନ୍ତ ପାଇନି ମୁଁ ତୁମ ଦେଖା,

ତଥାପି କରିଛି ମୁଁ ତୁମରି ପ୍ରତୀକ୍ଷା.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bandita Biswal

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ସଖା-୩

ସଖା-୩

1 min ପଢ଼ନ୍ତୁ

ସଖା-2

ସଖା-2

1 min ପଢ଼ନ୍ତୁ

ସଖା_1

ସଖା_1

1 min ପଢ଼ନ୍ତୁ

ତୁମେ

ତୁମେ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ