ସଖା_1
ସଖା_1
1 min
174
ହେ...... ମୋର ସଖା....
ତୁମକୁ ଚିହ୍ନିନି କି ଜାଣିନି,
ତଥାପି କରିଛି ମୁଁ ତୁମରି ପ୍ରତିକ୍ଷା।
ତମେ କେବେ ଆସିବ, ମତେ କୋଲେଇ ନେବ,
ତୁମ ଦିବ୍ୟ ଚେତନା ରେ ମତେ ହଜେଇ ଦେବ।
ଯେଉଁଥିରେ ମୁଁ ପାଇବି ଅଶେଷ ଶାନ୍ତି,
ଯେଉଁ ଶାନ୍ତିର ନ ଥିବ କିଛି ଉକ୍ତି...।
ସମାଜର ସଭ୍ୟ ପୋଷାକ ପିନ୍ଧା,
ଅସଭ୍ୟ ମଣିଷ ମାନଙ୍କର ସଂସ୍ପର୍ଶରେ ଆସିଛି।
ତଥାପି ମୁଁ ସେଇ ମଣିଷମାନଙ୍କ ମଧ୍ୟରେ,
ତୁମକୁ ଖୋଜିଛି, ଅନୁଭବ କରିଛି।
ଲାଗେ ଯେମିତି ତୁମେ ମୋର ପାଖେ ପାଖେ ଅଛ,
ସବୁବେଳେ ମତେ ସତ୍ ବୁଦ୍ଧି ପ୍ରଦାନ କରି,
ମୋର ଟିକି ଟିକି କଥାକୁ ବୁଝୁଛ।
ହେଲେ...... ହେ ମୋର ସଖା,
ଆଜି ପର୍ଯ୍ୟନ୍ତ ପାଇନି ମୁଁ ତୁମ ଦେଖା,
ତଥାପି କରିଛି ମୁଁ ତୁମରି ପ୍ରତୀକ୍ଷା.....।