ମା
ମା
ମାଆ କେବେ ମାଗେନା
ତା ଭଲପାଇବାର ନ୍ୟାୟ
ମାଆ କେବେ ଭାବେନା
ହୁଏତ ତଥାପି କିନ୍ତୁ ଅଥଚ
ଅଥବା ଦ୍ଵନ୍ଦ ର ପରିଚୟ
ମାଆ କେବେ କହେନା
ଦେବାକୁ ତାପାଇଁ ବଳିଷ୍ଠରାୟ
ମାଆ କେବେବି ବୁଝେନା
ତାର ବି ଅଛି ଗୋଟେ ହୃଦୟ
ଯେଉଁ ହୃଦୟଟା ସନ୍ତାପିତେ
ବାତ୍ସଲ୍ୟ ମମତାରେ ଅଥୟ
ମାଆ କେବେ ବଖାଣେନା
ଗତକାଲି ଆଜି ଆସନ୍ତାକାଲିକୁ
କରିଛି ମାଆଟି କେତେ ଅପଚୟ
ଖୋଲି କହିନାହିଁ ମାଆ କେବେ
ଅଞ୍ଜଳି ମୋ ଭରି କିଛି ଦିଅ
ସନ୍ତାନ ପାଇଁ ଭାବୁଥାଏ ମାଆ
ସକାଳ ମଧ୍ୟାହ୍ନ ସାୟାହ୍ନ ଅହରହ
ତଥାପି ତଉଲେ ପଣତ ତାହାର
କରିଚି କେତେ ରଙ୍ଗର ଅଭିନୟ
ଅବା ଲଭିଛି କେତେ ପରାଜୟ
କିବା ମାଆଟିର ହୃଦୟରେ ଶୁଭେ
ଶବ୍ଦ ହାଏ ହାଏ ତୁ ଅସହାୟ
ତୁ ପରା ମାଆଟି ସଦା ସର୍ବଂସହା
ତୋର ଖାଲି ଜୟ ଓ ବିଜୟ ନିଶ୍ଚୟ l