ମା ମଙ୍ଗଳା
ମା ମଙ୍ଗଳା
ସବୁଠୁ ସୁନ୍ଦର ତୋର ଏ ରୂପ ମା
ମନ ମୋ ପାସୋରି ପାରେନି
ଅତି ଅଭାଗିନୀ ଝିଅ ଟିଏ ତୋର
କେବେ ମୋତେ ଭୁଲି ବୁନି ।
ଜନମରୁ ଦୁଃଖୀ ଜୀବନ ମୋହର
ତୋତେ କି ଅଛପା ଅଛି
ଧନୀରୁ ଗରୀବ ତୋପାଖେ ସମାନ
ନାହିଁ ବାଛ ବିଚାର କିଛି ।
କାକଟପୁରରେ ବିରାଜିତ ହୋଇ
କେତେ ଲୀଳା ରଚି ଅଛ
ତୁମରି କରୁଣା ସ୍ନେହ ର ପରସେ
ଭକତଙ୍କୁ ବାନ୍ଧି ରଖିଛ ।
ମା ବୋଲି କହି ତୋତେ ଯେ ଭଜିଛି
ତୋ କୃପା ସିଏହିଁ ଜାଣଇ
ଦୁଃଖ ଦାରିଆରୁ ଭକତଙ୍କୁ ତୋର
କୂଳରେ ଦେଉ ଲଗାଇ।
ଦୁନିଆ ବାଟରେ ଅନେକ ବାଟୋଇ
ନିଜ କ୍ରମେ ଚାଲିଛନ୍ତି
କର୍ମ କୁ ଆଦରି ନିଜ ଭାଗ୍ୟଧରି
ସୁଖ ଦୁଃଖ ଭୋଗି ଥାନ୍ତି।
ତୋ ନାମକୁ ଯିଏ ମନରେ ଭଜୁଛି
ନିଜକୁ ତୋ ପାଶେ ସମର୍ପି ଦେଇଛି
ଯୁଆଡ଼କୁ ନେବ ତୁମ ହାତେ ଡୋରୀ
ସଂସାର ତୁମ ହାତରେ ବାନ୍ଧି।
ନିଶ୍ଚିନ୍ତ ହୋଇ ତୋତେ ଚାହିଁ ଥାଇ
ମନର କଥା ତୋତେ କହିଦେଇ
ମନମୋ ହାଲୁକା ହୁଏ
ତୋ ମୁହଁ କୁ ମା ଚାହିଁ ଦେଲେ ଥରେ।
ସଂସାର ଦୁଃଖ ଭୁଲି ଯାଏ
କଳା କିଟିମିଟି ପାଟ ଶାଢ଼ୀ ତୋତେ
କି ସୁନ୍ଦର ମାନୁ ଥାଏ
ନାଲି ଜରଜର ମନ୍ଦାର ମାଳରେ
ମା ମୋର ହସୁଥାଏ ।
ତୋ ସ୍ନେହ ପରସେ ମୋର ଏହି ମନ
ତୁମ ପାଦେ ରହିଥାଉ
ଜୟ ମା ମଙ୍ଗଳା, ଜୟ ମା ମଙ୍ଗଳା
ଭଜିଭଜି ମୋ ଜୀବନ ବିତିଯାଉ ।